ବରିଷ୍ଠ ଏନସିପି ନେତା ଡି.ପି. ତ୍ରିପାଠୀଙ୍କ ପରଲୋକ

ନୂଆଦିଲ୍ଲୀ: ଏନସିପିର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଡି.ପି. ତ୍ରିପାଠୀଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ବିଗତ କିଛିମାସ ଧରି ସେ ରୋଗାକ୍ରାନ୍ତ ହୋଇପଡ଼ିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଦିଲ୍ଲୀରେ ତାଙ୍କର ମୃତ୍ୟୁ ଘଟିଛି।

ଉତ୍ତରପ୍ରଦେଶର ସୁଲତାନପୁରରେ ଜନ୍ମିତ ତ୍ରିପାଠୀ ଜେଏନୟୁ ଛାତ୍ର ସଂସଦର ଅଧ୍ୟକ୍ଷ ମଧ୍ୟ ରହିଥିଲେ। କଂଗ୍ରେସରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। କିନ୍ତୁ ପରେ ସେ ଏନସିପିରେ ଯୋଗଦେଇଥିଲେ। ତ୍ରିପାଠୀଙ୍କ ଦେହାନ୍ତ ପରେ ସୁପ୍ରିୟା ସୁଲେ ଟ୍ବିଟ୍‌ କରି ଶୋକ ବ୍ୟକ୍ତ କରିଛନ୍ତି। ସୁପ୍ରିୟା ଉଲ୍ଲେଖ କରିଛନ୍ତି ଯେ, ତ୍ରିପାଠୀ ଏନସିପିର ସାଧାରଣ ସମ୍ପାଦକ ଥିଲେ। ସେ ଆମ ସମସ୍ତଙ୍କର ମାର୍ଗଦର୍ଶକ ଥିଲେ। ଆମେ ତାଙ୍କ ପରାମର୍ଶ ଏବଂ ମାର୍ଗଦର୍ଶନକୁ ଚିରଦିନ ପାଇଁ ମନେରଖିବୁ। ତାଙ୍କ ଅମର ଆତ୍ମାକୁ ଶାନ୍ତି ମିଳୁ।

Comments are closed.