୧୫୯ ବରିଷ୍ଠ ନାଗରିକ ନେଲେ କୋଭିଡ ଟିକା

ଆଠଗଡ : ଆଠଗଡ ଉପଖଣ୍ଡ ଡାକ୍ତରଖାନାରେ ଶୁକ୍ରବାର ୧୫୯ଜଣ ବରିଷ୍ଠ ନାଗରିକଙ୍କୁ କୋଭିସିଲ୍ଡ ଟିକାର ପ୍ରଥମ ଡୋଜ ଦିଆଯାଇଥିବା ଜଣାପଡିଛି। ୬୦ବର୍ଷରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ଏହି ଟିକା ପ୍ରଦାନ କରାଯାଉଥିବାବେଳେ ଚଳିତ ସପ୍ତାହରେ ମୋଟ ୨୭୮ଙ୍କୁ ଏହି ଟୀକା ଦିଆସରିଲାଣି। ଆସନ୍ତା ସପ୍ତାହରେ ଅନୁରୁପ ଭାବେ ସୋମବାର, ମଙ୍ଗଳବାର ଏବଂ ଶୁକ୍ରବାର ବରିଷ୍ଠ ନାଗରିକଙ୍କୁ ଏହି ଟୀକା ଦିଆଯିବ ବୋଲି ଡାକ୍ତରଖାନା ସୁତ୍ରରୁ ପ୍ରକାଶ। ପରବର୍ତ୍ତୀ ପର୍ଯ୍ୟାୟରେ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିବା ଏବଂ ପ୍ରମାଣପତ୍ର ସହ ଆସୁଥିବା ୪୫ରୁ ୫୯ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଏହି ଟୀକା ଦିଆଯାଇପାରିବ ବୋଲି ଡାକ୍ତରଖାନା ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ରଙ୍କ ସୁତ୍ରରୁ ପ୍ରକାଶ। ଏଥିପାଇଁ ସେମାନଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କଠାରୁ ରୋଗ ସମ୍ବନ୍ଧିୟ ପ୍ରମାଣପତ୍ର ଆଣିବାକୁ ହେବ। 

Comments are closed.