ଆଧାରକାର୍ଡ ନ ଥିବାରୁ ବହୁ ବରିଷ୍ଠ ନାଗରିକ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ

ଗୋପାଳପୁର: ସରକାରଙ୍କ ପକ୍ଷରୁ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଓ ବିଧବା ମହିଳାମାନଙ୍କୁ ଅଗଷ୍ଟ ମାସରେ ମାସିକ ବାର୍ଦ୍ଧକ୍ୟ ଭତ୍ତା ସହ ଅତିରିକ୍ତ ୧ ହଜାର ଟଙ୍କା ପ୍ରଦାନ ନିମନ୍ତେ ନିର୍ଦ୍ଦେଶ ଜାରି କରାଯାଇଛି। କିନ୍ତୁ ଅନେକ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗମାନେ ସେମାନଙ୍କ ନିକଟରେ ଆଧାର କାର୍ଡ ନ ଥିବାରୁ ଚଳିତ ମାସର ଭତ୍ତା ସହ ଅତିରିକ୍ତ ୧ ହଜାର ଟଙ୍କା ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ମୁତାବକ, ରଙ୍ଗେଇଲୁଣ୍ଡା ବ୍ଲକ ଅଧିନସ୍ଥ ୩୨ ଟି ପଞ୍ଚାୟତରୁ ସମୁଦାୟ ୧୬୬୮୭ ଜଣ ବିଭିନ୍ନ ଭତ୍ତା ହିତାଧିକାରୀ ପ୍ରତି ମାସରେ ନିଜର ଭତ୍ତା ପାଇଆସୁଛନ୍ତି। କିନ୍ତୁ ଏମାନଙ୍କ ମଧ୍ୟରୁ ପ୍ରାୟ ୧୫୦୦ ରୁ ଉର୍ଦ୍ଧ୍ବ ହିତାଧିକାରୀ ଯାହାର ବୟସ ୭୦ ରୁ ବର୍ଷ ରୁ ଉର୍ଦ୍ଧ ବରିଷ୍ଠ ନାଗରିକ, କୁଷ୍ଠ ରୋଗରେ ପିଡିତ, ଅନ୍ଧ ବ୍ୟକ୍ତି ମାନେ ସେମାନଙ୍କ ଆଂଗୁଳି ଛାଫ ଓ ଆଖି ର ଫୋଟ ଉଠା ହୋଇନପାରିବାରୁ ଆଜି ଯାଏଁ ନିଜର ଆଧାର କାର୍ଡ କରିପାରିନାହାନ୍ତି। ଯଦ୍ୱାରା ବିଶେଷ କରି ଏହି ବ୍ୟକ୍ତି ମାନେ ଆଜି ଯାଏଁ ସେମାନଙ୍କ ଭତ୍ତା ପାଇପାରୁ ଥିଲେ ମଧ୍ୟ , ଅଗଷ୍ଟ ମାସରେ ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା ଜଣାପଡିଛି। । ଏଥି ସହ ଆଉ କେତେକ ହିତାଧିକାରୀ ଙ୍କ ଆଧାର କାର୍ଡ ସଂଶୋଧିତ ହୋଇନଥିବାରୁ ଭତ୍ତା ସହ ଅତିରିକ୍ତ ରାଶି ପାଇବାରୁ ବଞ୍ଚିତ ହୋଇଥିବା ଜଣାପଡିଛି।ଏ ନେଇ କୋଠାର ସିଂ ପଞ୍ଚାୟତ ପଞ୍ଚାୟତ ଅନ୍ତର୍ଗତ ଭାଲିଆଗଡର ଜନୈକା ୮୦ ବର୍ଷଆ ବୃଦ୍ଧା ଏ ବୁଢିଆମ୍ମା ଆଜି ଅନ୍ୟ ମାନଙ୍କ ସହ ନିଜର ବାର୍ଦ୍ଧକ୍ୟ ଭତ୍ତା ନେବା ନିମନ୍ତେ କୋଠାର ସିଂ ପଞ୍ଚାୟତ କାର୍ୟ୍ୟାଳୟ କୁ ଆସିଥିଲେ ମଧ୍ୟ ନିଜର ଆଧାର କାର୍ଡ ନଥିବା ଯୋଗୁଁ ଚଳିତମାସର। ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ୮୦ ବର୍ଷଆ ବୃଦ୍ଧା ବୁଢିଆମ୍ମା ନିଜର ସ୍ବାମୀ ଙ୍କୁ ହରାଇବା ପରେ ଦୀର୍ଘ ୧୦ ବର୍ଷ ହେବ ପର ବାରଣ୍ଡାରେ ନିଜର ଜୀବନ ବିତାଇବା ସହ ଗାଁ ଲୋକଙ୍କ ସାହାଯ୍ୟ ସହଯୋଗ ରେ ନିଜର ପେଟ ଭରୁଛନ୍ତି, ଏବଂ ବର୍ତ୍ତମାନ ଗାଁ ରେ ପ୍ରାଥମିକ ବିଦ୍ୟାଳୟ ବାରଣ୍ଡା ପାଲଟିଛି ବୁଢିଆମ୍ମା ଙ୍କ ଠିକଣା ।ଏପରି ସ୍ଥିତିରେ ଭତ୍ତା ରୁ ବଞ୍ଚିତ ହୋଇଥିବାରୁ ବୁଢିଆମ୍ମା ନିଜର ଜୀବନ କିପରି ଅତିବାହିତ କରିବେ ବୋଲି ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ବ୍ଲକ ଅନ୍ତର୍ଗତ ୩୨ ଟି ପଞ୍ଚାୟତ ରେ ୧୫୦୦ ରୁ ଉର୍ଦ୍ଧ୍ବ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ରହିଛନ୍ତି।ସୁଚନା ଯୋଗ୍ୟ ଯେ ଗତ ୧୩ ତାରିଖରେ ରାଜ୍ୟ ସରକାରଙ୍କ କମିଶନର ତଥା ସଚିବ ଭାସ୍କର ଶର୍ମା ଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ସୂଚନା ପ୍ରଦାନ ପୂର୍ବକ ଆଧାର କାର୍ଡ ସଂଯୋଗ ହୋଇନଥିବା ହିତାଧିକାରୀ ମାନଙ୍କ ଠାରୁ ଭତ୍ତା ବଣ୍ଟନ ସ୍ଥାନ ମାନଙ୍କରେ ଆଧାର କାର୍ଡ ର ନକଲ ସଂଗ୍ରହ କରି ଭତ୍ତା ପ୍ରଦାନ ନିମନ୍ତେ ନିର୍ଦ୍ଦେଶ ଜାରି କରାଯାଇଛି।ଏହା ସହ ଯେଉଁ ମାନେ ଏଥିରୁ ବଞ୍ଚିତ ରହିବେ ସେମାନଙ୍କୁ ଆଗାମୀ ଦିନରେ ଏହି ଭତ୍ତା ବଣ୍ଟନ ର ବ୍ୟବସ୍ଥା କରିବାକୁ ଲିଖିତ ନିର୍ଦ୍ଦେଶ ଜାରି କରାଯାଇଛି।ଏହି ଘଟଣା ନେଇ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୁମାର ନାଗଭୂଷଣ ସହ ଯୋଗାଯୋଗ ବେଳେ ବିଭାଗୀୟ ନିର୍ଦ୍ଦେଶ କ୍ରମେ ଆଧାର କାର୍ଡ ନଥିବା ହିତାଧିକାରୀ ଚଳିତ ମାସର ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି,ଏହା ନେଇ ବିଭାଗକୁ ଜଣାଇଦିଆଯାଇଛି , ସେଠାରୁ କିଛି ନିର୍ଦ୍ଦେଶ ଆସିବା ପରେ ହିତାଧିକାରୀମାନେ ଭତ୍ତା ପାଇବେ ବୋଲି ସୂଚନା ଦେଇଛନ୍ତି। କିନ୍ତୁ କରୋନା ସମୟରେ ସରକାର ଙ୍କ ପକ୍ଷରୁ ଏପରି ଆକ୍ସନ ଗ୍ରହଣ ଦ୍ବାରା ନିରାଶ୍ରୟ ତଥା ଭତ୍ତା ଉପରେ ନିର୍ଭର କରି ଚଳୁଥିବା ହିତାଧିକାରୀ ମାନେ ଭୋକ ଉପାସରେ ନିଜ ଜୀବନ ଅତିବାହିତ ହେବେ ବୋଲି ଅଭିଯୋଗ ହୋଇଛି। ଏଣୁ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବା ସହ ତୁରନ୍ତ ବରିଷ୍ଠ ହିତାଧିକାରୀ ମାନଙ୍କୁ ଭତ୍ତା ପ୍ରଦାନ କରିବା ନିମନ୍ତେ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି।

Comments are closed.