MEllora 950×100

ଆଇଆଇସିଙ୍କୁ ବର୍ଷେ ଥାନା ମନା, ନିର୍ଦେଶ ଦେଲେ ହାଇକୋର୍ଟ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଆନନ୍ଦ ଟପ୍ପୋ ହତ୍ୟା ମାମଲାରେ ନିର୍ଦେଶ ଦେଲେ ହାଇକୋର୍ଟ। ଇନଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଫିଲ୍ଡ ପୋଷ୍ଟିଂ ଦେବାକୁ ମନା କରିବା ସହିତ ଆନନ୍ଦଙ୍କ ବାପାଙ୍କଠାରୁ ଏତଲା ରଖି ନଥିବାରୁ ହାଇକୋର୍ଟ କ୍ଷୁବ୍ଧ ହୋଇଛନ୍ତି।। ଏନେଇ ଆଇଆଇସିଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେବାକୁ ଡିସିପିଙ୍କୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ତାଙ୍କୁ ବର୍ଷେ ଫିଲ୍ଡ ପୋଷ୍ଟିଂ ନ ଦେବା ଏବଂ ଟ୍ରେନିଂ ପାଇଁ ପଠାଇବାକୁ ନିର୍ଦେଶ ଦିଆଯାଇଛି। ମାମଲା ପ୍ରତି ସମ୍ବେଦନଶୀଳ ହେବା ନେଇ ଟ୍ରେନିଂରେ ପଠାଇବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ଏହାସହ ନିଜେ ଡିସିପି ମାମଲାର ତଦାରଖ କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି। ଆନନ୍ଦ ଟପ୍ପୋ ହତ୍ୟା ମାମଲାରେ ଅଭିଯୁକ୍ତ ଅଛନ୍ତି ବୀରେନ୍ଦ୍ର ଲାକ୍ରା।

Comments are closed.