ଇଦ୍‍ ଓ ଅକ୍ଷୟ ତୃତୀୟାରେ ନିରାପଦରେ ଅଳଙ୍କାର କିଣିବାକୁ ସେନ୍‍କୋ ଗୋଲ୍ଡର ପରାମର୍ଶ

କୋଲକାତା: ପାର୍ବଣ ସମସ୍ତଙ୍କ ପାଇଁ ଆଶା ଓ ଆନନ୍ଦର ବିଷୟ ହୋଇଥାଏ। ଏହା ଆମ ପରିବାର ଏବଂ ବନ୍ଧୁବାନ୍ଧବଙ୍କ ସହିତ ସମ୍ପର୍କ ସ୍ଥାପନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଚଳିତ ବର୍ଷ କରୋନାର ଦ୍ୱିତୀୟ ଲହର ପରିପ୍ରେକ୍ଷୀରେ ଜନସାଧାରଣ ଏହି ଉତ୍ସବ ପାଳନ ଅବସରରେ ନିଜ ଘରେ ନିରାପଦରେ ରହି ଅଳଙ୍କାର ଖରିଦ କରିବାକୁ ପରାମର୍ଶ ଦେଇଛି ସେନ୍‍କୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍‍ସ। ଏହାର ସିଇଓ ଶୁଭଙ୍କର ସେନ୍‍ ଏକ ବିବୃତିରେ କହିଛନ୍ତି ଯେ, ଅଳଙ୍କାର କିଣିବାକୁ ଆଗୁଆ ବୁକିଂ କ୍ଷେତ୍ରରେ କମ୍ପାନୀ ପକ୍ଷରୁ ପ୍ରତି ଗ୍ରାମ ସୁନା ପିଛା ୨୦୦ ଟଙ୍କା ଛାଡ ଏବଂ ହୀରା ଅଳଙ୍କାର ଗଢା ମଜୁରୀ ଉପରେ ୧୦% ରିହାତି ଦିଆଯାଉଛି। ଅଗ୍ରୀମ ବୁକିଂ କ୍ଷେତ୍ରରେ କିଣିବା ଦିନ ସୁନାର ସର୍ବନିମ୍ନ ମୂଲ୍ୟ ନେବାକୁ କମ୍ପାନୀ ନିଶ୍ଚିତ କରୁଛି। ଗ୍ରାହକମାନେ ସେନ୍‍କୋରୁ ସୁନା କଏନ, ବାର୍‍ ଏବଂ ଅଳଙ୍କାର ଏହାର ୱେବ୍‍ସାଇଟକୁ ଯାଇ କିଣିପାରିବେ।

Comments are closed.