ସାଧାରଣତନ୍ତ୍ର ଦିବସ ପାଳନ ଏବଂ ବିଧାନସଭା ନିର୍ବାଚନ ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ନୂଆଦିଲ୍ଲୀ :  ସାଧାରଣତନ୍ତ୍ର ଦିବସ ପାଳନ ଏବଂ ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏଥିପାଇଁ ଦିଲ୍ଲୀ ପୁଲିସ କମିଶନର ଅମୂଲ୍ୟ ପଟ୍ଟନାୟକ ବରିଷ୍ଠ ପୁଲିସ ଅଧିକାରୀମାନଙ୍କ ସହିତ ଏକ ବୈଠକରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଏହି ବୈଠକରେ ବିଶେଷକରି ଜାତୀୟ ରାଜଧାନୀ ଅଞ୍ଚଳରୁ ଆତଙ୍କବାଦ କାର୍ଯ୍ୟକ୍ରମକୁ ପ୍ରତିହତ କରିବା, ଅପରାଧକୁ ରୋକିବା ଏବଂ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଛି । ଏଥି ପାଇଁ ସହରରେ ପ୍ରତିଷେଧମୂଳକ ପଦକ୍ଷେପ ନେବା ସହିତ ସତର୍କ ରହିବା ଲାଗି ଶ୍ରୀ ପଟ୍ଟନାୟକ ପୁଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.