ଲାଞ୍ଚ : ସେକ୍ସନ ଅଫିସରଙ୍କୁ ଧରିଲା ଭିଜିଲାନ୍ସ

ଲାଞ୍ଚ : ସେକ୍ସନ ଅଫିସରଙ୍କୁ ଧରିଲା ଭିଜିଲାନ୍ସ

ଭଦ୍ରକ : ଆଇଜିଏମ କଲେଜ, ଶାଆଁଳପୁରର ସେକ୍ସନ ଅଫିସର ପ୍ରଭାତ କୁମାର ନାୟକ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ପେନସନ, ଗ୍ରାଚ୍ୟୁଇଟ ଟଙ୍କା ଓ ଅନ୍ୟାନ୍ୟ ବିଲ ମଂଜୁର କରିବା ପାଇଁ ଦଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆରଡ଼ି ଛକ ନିକଟରେ ଭଦ୍ରକ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।
ମୃତ ପ୍ରଧ୍ୟାପକ ପ୍ରଫୁଲ୍ଲ ପୃଷ୍ଟିଙ୍କ ପେନସନ, ଗ୍ରାଚ୍ୟୁଇଟ ଟଙ୍କା ଓ ଅନ୍ୟାନ୍ୟ ବିଲ ମଂଜୁର କରାଇଦେବା ପାଇଁ ତାଙ୍କ ପୁଅ ପୀୟୂଷ ପୃଷ୍ଟିଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି । ଶ୍ରୀ ନାୟକ, ଲାଞ୍ଚ ମାଗୁଥିବା ଖବର ପିୟୁଷ ଭିଜିଲାନ୍ସକୁ ଜଣାଇଥିଲେ। ବୁଧବାର ଭିଜିଲାନ୍ସ ପୂର୍ବ ଯୋଜନା ଅନୁସାରେ ଜଗି ବସିଥିଲା ଓ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଛନ୍ତି।

Comments are closed.