ଖୁବ୍ ଶୀଘ୍ର ଆଉ ଏକ କରୋନା ଟିକା : ଭାରତ ବାୟୋଟେକ୍ ଆବେଦନ ଉପରେ ବୈଠକ

ନୂଆଦିଲ୍ଲୀ : ଦେଶକୁ ଖୁବ୍ ଶୀଘ୍ର ଆଉ ଏକ କରୋନା ଟିକା ମିଳିପାରେ। ଶନିବାର ଦିନ ଜାତୀୟ ଔଷଧ ନିୟାମକର ବିଷୟ ବିଶେଷଜ୍ଞ କମିଟି (SEC) ଭାରତ ବାୟୋଟେକର କରୋନା ଟିକା ‘କୋଭାସିନ୍’ ଉପରେ ଏକ ବୈଠକ କରିବାକୁ ଯାଉଛି। ଏହି ବୈଠକରେ କରୋନା ଟିକା ପାଇଁ କମ୍ପାନୀର ଆବେଦନ ଉପରେ ବିଚାର କରାଯିବ।

ସୂଚନାଯୋଗ୍ୟ, ଆଜି ସାରା ଦେଶରେ କୋଭିଡ -୧୯ ଟୀକାକରଣର ଡ୍ରାଏ ରନ୍ ବା ପୂର୍ବାଭ୍ୟାସ  କରାଯାଉଛି। ଏହି କାର୍ଯ୍ୟକ୍ରମ ଦେଶର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ କରାଯାଉଛି ଏବଂ କେନ୍ଦ୍ର ସରକାରଙ୍କ ଦ୍ବାରା  ଜାରି କରାଯାଇଥିବା ନିର୍ଦ୍ଦେଶାବଳୀକୁ କଡାକଡି ପାଳନ କରାଯାଇଛି। ଏଥି ସହ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଦୋରେ ସମସ୍ତଙ୍କୁ ମାଗଣାରେ କରୋନା ଟିକା ଦିଆ ଯିବ ବୋଲି ଘୋଷଣା କରିଛନ୍ତି।

Comments are closed.