୩ ଲକ୍ଷ ଜରିମାନା ଦେବେ ରାଜ୍‌-ଶିଳ୍ପା

ମୁମ୍ବଇ: ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ମାମଲାର ଅଭିଯୁକ୍ତ ବିଶିଷ୍ଟ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ଏବେ ଭାରତର ପ୍ରତିଭୁତି ବିନିମୟ ବୋର୍ଡ଼(SEBI) କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି। SEBI ରାଜ କୁନ୍ଦ୍ରା ଓ ତାଙ୍କ ପତ୍ନୀ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଉପରେ ଜରିମାନା ଲଗାଇଛି। ଅନଧିକାର ବ୍ୟବସାୟ ନିୟମ ଉଲ୍ଲଂଘନ ଅଭିଯୋଗରେ ସେମାନଙ୍କ କମ୍ପାନୀ ଭିଆନ୍‌ ଇଣ୍ଡଷ୍ଟ୍ରିଜ୍ ଉପରେ ୩ ଲକ୍ଷ ଟଙ୍କା ଜରିମାନା ଲଗାଯାଇଛି।

SEBI ନିର୍ଦେଶ ଅନୁଯାୟୀ, ଷ୍ଟକ୍ ଏକ୍ସଚେଞ୍ଜକୁ ବ୍ୟବସାୟିକ ତଥ୍ୟ ପ୍ରଦାନରେ ୩ ବର୍ଷ ବିଳମ୍ବ କାରଣରୁ ରାଜ୍‌, ଶିଳ୍ପା ଓ ତାଙ୍କ କମ୍ପାନୀ ଉପରେ ଏହି ଜରିମାନା ରାଶି ଲଗାଯାଇଛି। ଜରିମାନା ପୈଠ କରିବାକୁ ଦମ୍ପତିଙ୍କୁ ୪୫ ଦିନ ସମୟ ଦିଆଯାଇଛି।

Comments are closed.