ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ତାରାତାରିଣୀ ମନ୍ଦିର ସେବାୟତ

ଭୁବନେଶ୍ୱର: ରାଜ୍ୟର ପୁରାତନ ଶକ୍ତି ସ୍ଥଳ ତାରାତାରିଣୀ ପୀଠର ଉନ୍ନତିକରଣ ପାଇଁ ପ୍ରସ୍ତୁତ ବିକାଶ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବାରୁ ଶୁକ୍ରବାର ମନ୍ଦିର ସେବାୟତମାନେ ନବୀନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ସେବାୟତମାନେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ସମ୍ବର୍ଦ୍ଧନା ଜଣାଇବା ସହ ମନ୍ଦିରର ବିଭିନ୍ନ ସମସ୍ୟା ବିଷୟରେ ଅବଗତ କରାଇଥିଲେ।

ସୂଚନାଯୋଗ୍ୟ, ତାରାତାରିଣୀ ପୀଠର ଉନ୍ନତିକରଣ ପାଇଁ ପ୍ରସ୍ତୁତ ବିକାଶ ପ୍ରକଳ୍ପକୁ ବୁଧବାର ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ପାହାଡ଼ ଉପରେ ଅବସ୍ଥିତ ଏହି ମନ୍ଦିର ପରିସରରେ ପ୍ରସାଦ ସେବନ ମଣ୍ଡପ, ମୁଣ୍ଡନ ମଣ୍ଡପ ଏବଂ ସର୍ବସାଧାରଣଙ୍କ ପାଇଁ ଶୌଚାଳୟ ନିର୍ମାଣ କରାଯିବ। ସେହିପରି ସିଂହଦ୍ୱାରର ପୁନଃନିର୍ମାଣ, ପାନୀୟ ଜଳ ସୁବିଧା, ଯୋଗକେନ୍ଦ୍ର ଏବଂ ବିଶ୍ରାମସ୍ଥଳ ମଧ୍ୟ ନିର୍ମାଣ କରାଯିବ।

Comments are closed.