ସମୁଦ୍ର କୂଳରେ ଜୋର୍‌ ଉଡିକରି ଆସିଲା ଛତା – ମହିଳାଙ୍କ ଛାତିରେ ପଶିବାରୁ ମୃତ୍ୟୁ

ନ୍ୟୁୟର୍କ – ବେଳାଭୂମିରେ ବ୍ୟବସାୟୀ ଏବଂ ଅନ୍ୟମାନେ ବିଭିନ୍ନ ସମୟରେ ବଡ ଛତା ପୋତି ଥାଆନ୍ତି । ପର୍ଯ୍ୟଟକମାନଙ୍କୁ ଖରାରୁ ରକ୍ଷା କରିବା ପାଇଁ ଏହାକୁ ଲଗାଯାଇଥାଏ । ବାଲିରେ ପୋତିବା ପାଇଁ ଏହା ମୂଳ ମୁନିଆଁ ହୋଇଥାଏ । ମାତ୍ର ଏହି ଛତା ଜଣେ ମହିଳାଙ୍କର ଜୀବନ ନେଇଯାଇଛି ।

ଆମେରିକାର ଏକ ବେଳାଭୂମିରେ ଏହି ଦୁର୍ଘଟଣା ଘଟିଛି। ମହିଳା ଜଣଙ୍କ ତାଙ୍କ ପରିବାର ସହ ବେଳାଭୂମିକୁ ଆସିଥିଲେ। ସେମାନେ ସୂର୍ଯ୍ୟସ୍ନାନ କରୁଥିବା ବେଳେ ସେଠାରେ ବିଭିନ୍ନ ଛତା ପୋତାଯାଇଥିଲା । ଏତି ବେଳେ ସେଠାରେ ପ୍ରବଳ ବେଗରେ ପବନ ବହିଥିଲା । ଗୋଟିଏ ଛତା ବାଲିରୁ ଉପୁଡିଯାଇ ଉଡିଯାଇଥିଲା । ଏହା କିଛି ଉପରକ ଉଠିବା ପରେ ମହିଳାଙ୍କ ଉପରେ ଖସିଥିଲା। ଏହାର ମୁନିଆଁ ଭାଗ ମହିଳାଙ୍କ ଛାତି ଉପରେ ଖସିବା ଯୋଗୁଁ ତାହା ଛାତି ଭିତରେ ପଶିଯାଇଥିଲା ।

ସେଠାରେ ପ୍ରବଳ ରକ୍ତସ୍ରାବ ହେବା ସହ ସେ ଗୁରୁତର ହୋଇଥିଲେ । ମହିଳାଙ୍କୁ ତୁରନ୍ତ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

Comments are closed.