ଚିଲିକାକୂଳ ତିନିଟି ଗାଁରେ ପଶିଲା ସମୁଦ୍ର ପାଣି; ବାତ୍ୟା ପ୍ରଭାବରେ ଭାଙ୍ଗିଲା ସୁରକ୍ଷା ପ୍ରାଚୀରର କିଛି ଅଂଶ

ପୁରୀ: ଅତି ଭୀଷଣ ବାତ୍ୟା ୟସ୍‍ ପ୍ରଭାବରେ ଅଶାନ୍ତ ହୋଇପଡିଛି ବଙ୍ଗୋପସାଗର। ସମୁଦ୍ରରେ ଉଚ୍ଚ ଜୁଆର ଉଠିବା ସହିତ ତାହା କୂଳ ଲଂଘିବାରେ ଲାଗିଛି। ଏହାର ପ୍ରଭାବରେ ଚିଲିକା କୂଳରେ ଥିବା ସୁରକ୍ଷା ପ୍ରାଚୀରର କିଛି ଅଂଶ ଭାଙ୍ଗିଯାଇଛି। ସେହିବାଟ ଦେଇ ସମୁଦ୍ର ପାଣି ଗାଁ ଭିତରକୁ ମାଡିଆସିଛି। ଚିଲିକା କୂଳରେ ଥିବା ଅରଖକୁଦା ସମେତ ତିନିଟି ଗାଁରେ ସମୁଦ୍ର ପାଣି ପ୍ରବେଶ କରିଛି। ଏହାକୁ ନେଇ ଚିଲିକା କୂଳରେ ବାସ କରୁଥିବା ଗ୍ରାମଗୁଡିକର ଜନସାଧାରଣ ଆତଙ୍କିତ ହୋଇପଡିଛନ୍ତି।

Comments are closed.