ଆରମ୍ଭ ହେଲା ଦେଶର ପ୍ରଥମ ସି ପ୍ଲେନ ସେବା, ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅହମ୍ମଦାବାଦର ସାବରମତି ସହ କେଭାଡିଆର ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ସଂଯୋଗ କରୁଥିବା ସି ପ୍ଲେନ ସେବା ଆରମ୍ଭ କରିଛନ୍ତି। ଏହା ଦେଶର ପ୍ରଥମ ସି ପ୍ଲେନ ସେବା। ଏହି ସେବା ଉଦଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ସି ପ୍ଲେନରେ ଯାତ୍ରା କରିଛନ୍ତି। ଏହି ସି ପ୍ଲେନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସେଠାରେ ଉପସ୍ଥିତ ପାଇଲଟଙ୍କ ଠାରୁ ପଚାରି ବୁଝିଥିଲେ।

ସୂଚନା ଅନୁଯାୟୀ ଏହି ସି ପ୍ଲେନରେ ପାଇଲଟଙ୍କ ସମେତ ସର୍ବାଧିକ ୧୮ ଜଣ ଏକାବେଳକେ ଯାତ୍ରା କରିପାରିବେ। କେଭାଡିଆ ଠାରୁ ସାବରମତୀ ଯାତ୍ରା ୩୦ ମିନିଟ ସମୟ ଲାଗିବ ବୋଲି ଜଣାପଡିଛି। ୩୦ ମିନିଟରେ ଏହା ୨୦୦ କିଲୋମିଟର ଯାତ୍ରା କରିପାରିବ। ଏହି ସେବା ପାଇଁ ଯାତ୍ରୀ ପିଛା ୧୫ ଶହ ଟଙ୍କା ଭଡା ରହିଛି। ସ୍ପାଇସ ଜେଟ ପକ୍ଷରୁ ଏହି ସେବା ପାଇଁ ଅନଲାଇନରେ ବୁକିଂ କରିହେବ ବୋଲି ସୂଚନା ମିଳିଛି।

Comments are closed.