ଦେଖନ୍ତୁ- ସାଧୁଙ୍କ ମୁଣ୍ଡରେ ଲାଗିଛି ସୋଲାର ପଙ୍ଖା – ଖରା ଏବେ ଡର ନୁହେଁ ଦରକାର

ବିଭିନ୍ନ ସମୟରେ ଭାରତରେ ଭିନ୍ନ ଭିନ୍ନ ଯୁଗାଡ ଦେଖିବା ପାଇଁ ମିଳେ । ସାଧାରଣ ଲୋକ ଅସାଧାରଣ ଉପାୟରେ ନିଜ ସମସ୍ୟାର ସମାଧାନ କରିଥାଆନ୍ତି । ଏପରି ଏକ ଘଟଣା ଜଣେ ସାଧୁଙ୍କ କ୍ଷେତ୍ରରେ ଦେଖିବା ପାଇଁ ମିଳିଛି । ସାଧୁ ଜଣଙ୍କ ପଦଯାତ୍ରା କରିଥାଆନ୍ତି । ଖରାରେ ଅଧିକାଂଶ ସମୟ ଯିବା ପାଇଁ ପଡେ । ଏଥିପାଇଁ ସେ ତାଙ୍କ ମୁଣ୍ଡରେ ଗୋଟିଏ ସୋଲାର ପଙ୍ଖା ଲଗାଇଛନ୍ତି ।

 

ଖରାକୁ ତାଙ୍କୁ ଏବେ ଡର ନାହିଁ । ଖରା ତାଙ୍କ  ପାଇଁ ଦରକାର । ଖରା ଯେତେ ଜୋରରେ ହେବେ ପଙ୍ଖା ସେତେ ଜୋରରେ ବୁଲିବ ।

Comments are closed.