ଅବସରପ୍ରାପ୍ତ ପୁଲିସ କର୍ମଚାରୀ ସଂଘ ବୈଠକ

ଚୌଦ୍ୱାର : ଚୌଦ୍ୱାର ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କ ସଂଘର ଏକ ବୈଠକ ବୈଦେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି ଶୈଳେନ୍ଦ୍ର କୁମାର ମୁଖୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଗତ ଦିନର ଆୟବ୍ୟୟ ହିସାବ ସହିତ କର୍ମଚାରୀ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ପ୍ରତ୍ୟେକ ମାସର ଦ୍ୱିତୀୟ ରବିବାର ବୈଠକ ଅନୁଷ୍ଠିତ ହେବା ସହିତ ଅସହାୟ ମାନଙ୍କୁ ବିଭିନ୍ନ ସହାୟତା ତଥା ଏକ ଦାତବ୍ୟ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଆୟୋଜନ କରାଯିବା ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ସହଦେବ ବରାଳ, ବାସୁଦେବ ସାମଲ, ଆଦିକନ୍ଦ ମହାନ୍ତି, ମନୋରଞ୍ଜନ ଦାସ, ମହେଶ୍ୱର ପଣ୍ଡା, ରବିନ୍ଦ୍ର କୁମାର ବାରିକ, କେଶବାନନ୍ଦ ସାହୁ, ମହେନ୍ଦ୍ର ନାଥ ବାରିକ, ଅଜୟ କୁମାର ମହାପାତ୍ର, ଜଗନ୍ନାଥ ଜେନା ପ୍ରମୁଖ ଯୋଗଦେଇ ନିଜ ନିଜର ମତ ରଖିଥିଲେ। ରାଜକିଶୋର ବେହେରା ଓ କାଉନସିଲର ଆଶୁତୋଷ ଦାସ ଏଥିରେ ଯୋଗ ଦେଇଥିଲେ ।

Comments are closed.