ଡଗ୍‍ଲାସ୍‍ ଷ୍ଟୁଆର୍ଟଙ୍କୁ ଚଳିତ ବର୍ଷର ମର୍ଯ୍ୟାଦାଜନକ ବୁକର୍‍ ପ୍ରାଇଜ୍‍

ଆତ୍ମଜୀବନୀ ଉପରେ ଆଧାରିତ ଉପନ୍ୟାସ ‘ସୁଗୀବେନ୍‍’ ପାଇଁ ମିଳିଲା ପୁରସ୍କାର

ନ୍ୟୁୟର୍କଠାରେ ବସବାସ କରୁଥିବା ସ୍କଟ୍‍ଲ୍ୟାଣ୍ଡ୍‍ର ଲେଖକ ଡଗ୍‍ଲାସ୍‍ ଷ୍ଟୁଆର୍ଟଙ୍କୁ ତାଙ୍କର ଆତ୍ମଜୀବନୀ ଉପରେ ଆଧାରିତ ଉପନ୍ୟାସ ‘ସୁଗୀବେନ୍‍’ ପାଇଁ ଚଳିତ ବର୍ଷର ମର୍ଯ୍ୟାଦାଜନକ ବୁକର୍‍ ପ୍ରାଇଜ୍‍ ପ୍ରଦାନ କରାଯାଇଛି। ଏହି ପୁରସ୍କାର ପାଇଁ ତାଲିକାରେ ଥିବା ଭାରତୀୟ ବଂଶୋଦ୍ଭବ ଅବନୀ ଦୋଶୀଙ୍କ ସମେତ ୫ ଜଣଙ୍କୁ ପଛରେ ପକାଇ ସେ ଏହି ପୁରସ୍କାର ପାଇଛନ୍ତି।

ସୂଚନାଯୋଗ୍ୟ, ୮୦ ଦଶକର ଗ୍ଲାସ୍‍କୋ ସହରର ପ୍ରେମ ଓ ମଦ ନିଶା ଉପରେ ‘ସୁଗୀବେନ୍‍’ ଉପନ୍ୟାସ ଲେଖାଯାଇଛି। ଲେଖକଙ୍କୁ ୧୬ ବର୍ଷ ହୋଇଥିବାବେଳେ ତାଙ୍କ ମା’ ମଦନିଶାରେ ପ୍ରାଣ ହରାଇଥିଲେ। ଏହି ପୁସ୍ତକକୁ ସେ ତାଙ୍କ ଦିବଂଗତ ମା’ଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ତାଙ୍କ ସ୍ୱପ୍ନ ସାର୍ଥକ ହେବା ସହ ସମ୍ପୂର୍ଣ୍ଣ ଜୀବନ ବଦଳିଯାଇଛି ବୋଲି ପୁରସ୍କାର
ଗ୍ରହଣ କରିବା ଅବସରରେ ଶ୍ରୀ ଡଗ୍‍ଲାସ୍‍ କହିଛନ୍ତି।

Comments are closed.