ତାଲିବାନକୁ ଚୀନ, ରୁଷ୍‌ର ନିବେଦନ – ସୁରକ୍ଷା ପ୍ରତିଶ୍ରୁତି ପାଳନ କର

ଦୁସାନ୍‌ବେ,୧୭ା୯: ପଡୋଶୀ ରାଷ୍ଟ୍ର ସହିତ ଶାନ୍ତିପୂର୍ଣ୍ଣ ଆଚରଣ, ଆତଙ୍କବାଦ ଦମନ ଓ ମାଦକଦ୍ରବ୍ୟ ଚୋରା କାରବାରକୁ ନିୟନ୍ତ୍ରଣ ଭଳି ସୁରକ୍ଷା ପ୍ରତିଶ୍ରୁତିଗୁଡିକ ପାଳନ କରିବା ଲାଗି ଆଫଗାନିସ୍ତାନର ତାଲିବାନ ସରକାରକୁ ଚୀନ ଓ ରୁଷ୍ ନିବେଦନ କରିଛନ୍ତି। ଶୁକ୍ରବାର ସାଙ୍ଘାଇ ସମନ୍ବୟ ସଂଗଠନ (ଏସସିଓ) ବୈଠକକୁ ସମ୍ବୋଧନ କରି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍ ଓ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଏହା କହିଛନ୍ତି। ପୁତିନ କହିଛନ୍ତି ଯେ ଏସସିଓ ଏହାର ରାଜନୈତିକ ପ୍ରଭାବ ଦ୍ବାରା ଆଫଗାନିସ୍ତାନର ନୂଆ ସରକାରକୁ ପ୍ରୋତ୍ସାହିତ କରିବା ଦରକାର। ବିଶେଷକରି ନୂଆ ସରକାରକୁ ତା’ର ପ୍ରତିଶ୍ରୁତି ପୂରଣ କରାଇବା, ଆଫଗାନିସ୍ତାନବାସୀଙ୍କ ଜୀବନକୁ ସ୍ବାଭାବିକ ଓ ସୁରକ୍ଷିତ କରିବା ଦିଗରେ ଏସସିଓ ସଦସ୍ୟ ରାଷ୍ଟ୍ରଗୁଡିକ କାର୍ଯ୍ୟ କରିବା ଦରକାର। ସେହିପରି ଜିନପିଙ୍ଗ କହିଛନ୍ତି ଯେ ଆଫଗାନିସ୍ତାନ ଏକ ସମ୍ମିଳିତ ସରକାର ଗଠନ ସହିତ ଆତଙ୍କବାଦକୁ ଦମନ କରିବା ଦରକାର।

Comments are closed.