ଆଖଣ୍ଡଳମଣିଙ୍କ ପୀଠରେ ସାଇନ୍ସ ପାର୍କ ନିର୍ମାଣ କାର୍ଯ୍ୟ ଆରମ୍ଭ

ଖର୍ଚ୍ଚ ହେବ ୬କୋଟି ଟଙ୍କା

ଆରଡି : ରାଜ୍ୟର ପ୍ରମୁଖ ପର୍ଯଟନସ୍ଥଳ ଆଖଣ୍ଡଳମଣିଙ୍କ ପୀଠରେ ଜିଲାସ୍ତରୀୟ ସାଇନ୍ସ ପାର୍କ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ସାଇନ୍ସ ପାର୍କ ନିର୍ମାଣ ହେବା ଦ୍ବାରା ଭଦ୍ରକ ଜିଲା ସମେତ ପଡୋଶୀ ଜିଲାର ଲୋକଙ୍କ ସହ ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ପରିଭ୍ରମଣ କରିବାର ସୁଯୋଗ ପାଇପାରିବେ। ଏହି ପର୍ଯ୍ୟଟନସ୍ଥଳରେ ସାଇନ୍ସ ପାର୍କ ନିର୍ମାଣ ପାଇଁ ଚାନ୍ଦବାଲି ବିଧାୟକ ତଥା ଜିଲା ଯୋଜନା ବୋର୍ଡର ଅଧ୍ୟକ୍ଷ ବ୍ୟୋମକେଶ ରାୟ ଓ ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ୨୦୧୮ ମସିହାରେ ସ୍ଥିର କରାଯାଇଥିଲା । ଆରଡି ବସଷ୍ଟାଣ୍ଡ ନିକଟସ୍ଥ ପାନ୍ଥନିବାସ ପାଖରେ ଏକ ବିିସ୍ତୀର୍ଣ୍ଣ ଗୋଚର ପଡିଆକୁ ଚିହ୍ନଟ କରାଯିବା ସହ କିସମ ବଦଳାଯାଇ ବୈଷୟିକ ଟିମ ପକ୍ଷରୁ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା। ସାଇନ୍ସ ପାର୍କ ନିର୍ମାଣ ନିମନ୍ତେ ଆବଶ୍ୟକ ଅର୍ଥ ନିମନ୍ତେ ଜିଲା ପ୍ରଶାସନ ପକ୍ଷରୁ ଏକ ଆକଳନ କରାଯାଇ ରାଜ୍ୟ ସରକାରଙ୍କ ଦପ୍ତରକୁ ପଠାଯାଇଥିଲା । ୨୦୧୯ରେ ଏହି ପ୍ରକଳ୍ପ ନିର୍ମାଣ ପାଇଁ ମଞୁର ମିଳିବା ପରେ ପ୍ରାଥମିକ ଭାବେ ୬କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା । ଗତ ୨ବର୍ଷ ଧରି କରୋନା କଟକଣା ଯୋଗୁ କାର୍ଯ୍ୟ ଅଟକି ରହିଥିଲା। ଏବେ ପ୍ରାଥମିକ ଭାବେ ପ୍ରାଚେରୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ପୀଠରେ ସାଇନ୍ସ ପାର୍କ ନିର୍ମାଣ ହେଲେ ପର୍ଯ୍ୟଟକଙ୍କ ସଂଖ୍ୟା​ ଆଗାମୀ ଦିନରେ ବୃଦ୍ଧି ପାଇବ ବୋଲି ପୂର୍ବତନ ସରପଞ୍ଚ ସରୋଜ ଦାସ, ଅରବିନ୍ଦ ପାଢୀ ପ୍ରମୁଖ କହିଛନ୍ତି ।

Comments are closed.