ବାତ୍ୟା ଆଶଙ୍କାରେ ୧୯ ଜିଲାରେ ବିଦ୍ୟାଳୟ ବନ୍ଦ

ଭୁବନେଶ୍ୱର: ବାତ୍ୟା ଜୱାଦ ପାଇଁ ରାଜ୍ୟ ସରକାର ୧୯ଟି ଜିଲାରେ ଶନିବାର ଦିନ ବିଦ୍ୟାଳୟଗୁଡିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଜିଲାଗୁଡିକ ହେଉଛି ଗଞ୍ଜାମ, ଗଜପତି, ପୁରୀ, ନୟାଗଡ, ଜଗତସିଂହପୁର, କେନ୍ଦ୍ରାପଡା, କୋରାପୁଟ, ରାୟଗଡା, କଟକ, ଖୋର୍ଦ୍ଧା, କନ୍ଧମାଳ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, ମାଲକାନଗିରି ଏବଂ ମୟୁରଭଞ୍ଜ । ଏ ସମ୍ପର୍କରେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇସାରିଛି ।

Comments are closed.