କରୋନା ପାଇଁ ଚଳିତ ବର୍ଷ କମିବ ସିଲାବସ୍

ଭୁବନେଶ୍ବର : କରୋନା ମହାମାରୀ ପାଇଁ ଚଳିତବର୍ଷ ଛାତ୍ରଛାତ୍ରୀଙ୍କ ସିଲାବସ୍ ହ୍ରାସ କରାଯିବ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଅନୁମତି ମିଳିସାରିଥିବା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ତେବେ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି କେତେ ପ୍ରତିଶତ ସିଲାବସ୍ କମିବ ସେନେଇ ଯଥେଷ୍ଟ ଆଗରୁ ଛାତ୍ରଛାତ୍ରୀଙ୍କୁ ଜଣାଇଦିଆଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।

ଅନ୍ୟପଟେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଥିବା ବେଳେ କେବେ ସ୍କୁଲ ଖୋଲିବ ତାହା ଏଯାଏ ସ୍ଥିର ହୋଇପାରୁନାହିଁ । ଅଗଷ୍ଟ ୧ ରୁ ୧୦ ତାରିଖ ମଧ୍ୟରେ ବିଶେଷଜ୍ଞ କମିଟି ଏହା ଉପରେ ନିଷ୍ପତ୍ତି ନେବେ। ପ୍ରଥମରୁ ଦଶମ ଏସସିଇଆରଟି କମିଟି ଓ +୨ ଲାଗି ସିଏଚଏସଇ ନିଷ୍ପତ୍ତି ନେବ। ଶିକ୍ଷାନୁଷ୍ଠାନ ଖୋଲିବା ପରେ ଶିକ୍ଷା ବର୍ଷର କେତେ ଦିନ ବାକି ଅଛି ତାରି ଆଧାରରେ ଏକ୍ସପର୍ଟ କମଟି ନିଷ୍ପତ୍ତି ନେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Comments
Loading...