ଖୋଲିଲା ବିଦ୍ୟାଳୟ : ପ୍ରଥମ ଦିନରେ ପିଲା ସଂଖ୍ୟା କମ୍

ମୋହନା : ଦୀର୍ଘ ମାସର ବ୍ୟବଧାନ ପରେ ରାଜ୍ୟର ବିଭିନ ସରକାରୀ ବିଦ୍ୟାଳୟ ଗୁଡ଼ିକରେ ସୋମବାର ଦିନ ଦଶମ ଓ ଦ୍ବାଦଶ ଶ୍ରେଣୀ ଖୋଲିଛି। ସରକାରଙ୍କ ନିର୍ଦ୍ଧେଶ କ୍ରମେ କୋଭିଡ ନିୟମ ଅନୁଯାୟୀ ବିଭିନ୍ନ ବିଦ୍ୟାଳୟର ଛାତ୍ର/ ଛାତ୍ରୀମାନେ ଶ୍ରେଣୀ ଗୃହକୁ ପ୍ରବେଶ କରିବା ପୂର୍ବରୁ ହାତକୁ ଭଲ ଭାବେ ଧୋଇ ସାନିଟାଇଜ କରି ପ୍ରବେଶ କରିଥିଲେ। ଏପରିକି ପିଲାମାନେ ମାସ୍କ ବ୍ୟବହାର କରି ସାମାଜିକ ଦୂରତା ରଖି ପାଠ ପଢୁଥିବା ଦେଖିବାକୁ ମିଳିଥିଲା। ମୋହନା ବ୍ଲକର ଦୁର୍ଗମ ଅଞ୍ଚଳ ରାଇପଙ୍କାଠାରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ/ ଶିକ୍ଷୟିତ୍ରୀ ସଂଖ୍ୟା ୧୦ ଜଣ ଥିବା ବେଳେ ପ୍ରଥମ ଦିନରେ ୬ ଜଣ ଉପସ୍ଥିତ ରହିଥିଲେ। ଏଠାରେ ଦଶମ ଶ୍ରେଣୀର ଛାତ୍ର/ ଛାତ୍ରୀ ସଂଖ୍ୟା ୬ ରହିଥିବା ବେଳେ ବିଦ୍ୟାଳୟକୁ ଆସିଥିଲେ ମାତ୍ର ୨ ଜଣ । ସେହିପରି ମାଣ୍ଡିମେରା ବିଦ୍ୟାଳୟରେ ଶିକ୍ଷକ /ଶିକ୍ଷୟିତ୍ରୀ ସଂଖ୍ୟା ୧୦ ରହିଥିବା ବେଳେ ଉପସ୍ଥିତ ରହିଥିଲେ ମାତ୍ର ୩ଜଣ । ପିଲା ସଂଖ୍ୟା ୬ ରହିଥିବା ବେଳେ ଉପସ୍ଥିତ ଥିଲେ ଜଣେ ମାତ୍ର ଛାତ୍ର। ଖାରୀଗୁଡା ଉଚ୍ଚ ବିଦ୍ୟାଳୟରେ ଶ୍ରେଣୀ ଗୃହ ଭାଙ୍ଗି ପଡିଥିବା ବେଳେ ଦୁଇଟି ଶ୍ରେଣୀ ଗୃହରେ ପିଲାଙ୍କୁ  ପାଠ ପଢ଼ାଯାଉଥିଲା। ସେଠାରେ ଛାତ୍ର /ଛାତ୍ରୀ ସଂଖ୍ୟା ୪୦ ଥିବା ବେଳେ ଉପସ୍ଥିତ ରହିଥିଲେ ୨୫ଜଣ ଛାତ୍ରଛାତ୍ରୀ। ସମସ୍ତ ଶିକ୍ଷକ ଉପସ୍ଥିତ ରହିିଥିଲେ।
ବିରିକୋଟ ଉଚ୍ଚ ବିଦ୍ୟାଳୟରେ ୬୧ଜଣ ଛାତ୍ର/ଛାତ୍ରୀ ପଢୁଥିବା ବେଳେ ସମସ୍ତ ଶିକ୍ଷକ ଉପସ୍ଥିତ ରହିଥିଲେ।  ଏଠାରେ ୬୧ଜଣ ଛାତ୍ର/ଛାତ୍ରୀଙ୍କୁ ମାତ୍ର ୪ ଜଣ ଶିକ୍ଷକ ରହିଛନ୍ତି । ତେଣୁ ପ୍ରଶାସନ ଅଧିକା ଶିକ୍ଷକଙ୍କୁ ନିଯୁକ୍ତି କରାଇବା ପାଇଁ ଛାତ୍ର /ଛାତ୍ରୀମାନେ କହିଛନ୍ତି। ଅନ୍ୟପଟେ ୨ ଜଣ ନୋଡାଲ ଅଧିକାରୀ ପରିଦର୍ଶନ କରି ଶିକ୍ଷକ ଓ ଛାତ୍ର/ ଛାତ୍ରୀ ସଂଖ୍ୟା ପଚାରି ବୁଝିବା ସହ ବିଦ୍ୟାଳୟର ସମସ୍ୟା ବୁଝିଥିଲେ। ପ୍ରତେକ ବିଦ୍ୟାଳୟ ଗୁଡିକ ପରିଦର୍ଶନ କରିବା ପାଇଁ ପ୍ରଶାସନ ପକ୍ଷରୁ ଟିମ୍‌ ଗଠନ କରାଯାଇଥିଲା । ସେହିପରି ମୋହନା ସରକାରୀ ଉଚ୍ଚ ବିଦ୍ୟାଳୟ, ହିଲଟପ୍ ମହାବିଦ୍ୟାଳୟ ଆଦି ବ୍ଳକର ବିଭିନ୍ନ ବିଦ୍ୟାଳୟ ଗୁଡ଼ିକ କୋଭିଡ ନିୟମ ଅନୁଯାୟୀ ବିଦ୍ୟାଳୟ ଖୋଲା ଯାଇଛି।

Comments are closed.