ଏଲ୍‌ଓସିରେ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ କୋଟିଏ ଦେଲେ ଅକ୍ଷୟ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରର ନିୟନ୍ତ୍ରଣ ରେଖା (ଏଲଓସି)ରେ ଥିବା ଗାଁରେ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ବଲିଉଡ ଅଭିନେତା ଅକ୍ଷୟ କୁମାର ୧କୋଟି ଟଙ୍କା ଦାନ କରିଛନ୍ତି। ଗୁରୁବାର ଅକ୍ଷୟ କୁମାର ସୀମା ପରିଦର୍ଶନ ପୂର୍ବକ ସେନା ଓ ବିଏସଏଫ୍ ଯବାନଙ୍କ ମନୋବଳ ବୃଦ୍ଧି କରିଛନ୍ତି।

ଏହି ଅବସରରେ ବାନ୍ଦିପୋରା ଜିଲାର ନିରୁ ଗ୍ରାମରେ ଏକ ବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ୧କୋଟି ଟଙ୍କା ଦାନ କରିଥିଲେ। ଅକ୍ଷୟ କୁମାର ଗ୍ରାମବାସୀ ଓ ସେନା କର୍ମଚାରୀଙ୍କ କଥା ହୋଇଥିଲେ। ଅଭିନେତାଙ୍କୁ ଦେଖିବା ଲାଗି ଗାଁ ଲୋକଙ୍କ ଭିଡ଼ ହୋଇଥିବାବେଳେ ଅକ୍ଷୟ ସେମାନଙ୍କ ସହିତ ନାଚିଥିଲେ।

Comments are closed.