‘ସମାଜ’ ପାଠକ ମଞ୍ଚ ବୈଠକ

ଚୌଦ୍ୱାର: ଚୌଦ୍ୱାରରେ ‘ସମାଜ’ ପାଠକ ମଞ୍ଚ ଗଠିତ ହୋଇଛି। ସମାଜ ପ୍ରତିନିଧି ରମେଶ ଚନ୍ଦ୍ର ସାମଲଙ୍କ ଆବାହକତ୍ୱରେ ସ୍ଥାନୀୟ ଶିଶୁ ସଦନରେ ଏହି ଉପଲକ୍ଷେ ଆୟୋଜିତ ବୈଠକରେ ହିନ୍ଦ୍‌‌ ସେବକ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାମୋଦର ସାହୁ ଅଧ୍ୟକ୍ଷତା କରି ଦୈନିକ ସମାଜ ଖବର କାଗଜ ସମାଜର ବିଭିନ୍ନ ସମସ୍ୟାକୁ ସଠିକ ଭାବେ ଲୋକଲୋଚନକୁ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପ୍ରକାଶ କରି ଏହି ସମ୍ବାଦପତ୍ର ଜନଗଣଙ୍କ ପତ୍ର ପାଲଟିଛି ବୋଲି ମତବ୍ୟକ୍ତ କରିଥିଲେ। ପଦ୍ମଶ୍ରୀ ଉଚ୍ଛବ ଚରଣ ଦାସ, ପୂର୍ବତନ ନଗରପାଳ କୈଳାସ ଚନ୍ଦ୍ର ବେହେରା, ହିନ୍ଦ୍‌‌ ସେବକ ସଂଘର ଆଜୀବନ ସଦସ୍ୟ ଗଙ୍ଗାଧର ସାହୁ ପ୍ରମୁଖ ସାମାଜିକ ପରିବର୍ତ୍ତନରେ ଦୈନିକ ସମାଜର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ବୈଠକରେ ‘ସମାଜ’ ପାଠକ ମଞ୍ଚ ଗଠନ କରାଯାଇ ପ୍ରତି ଦୁଇ ମାସରେ ଥରେ ନିୟମିତ ବୈଠକ ଆୟୋଜନ କରାଯିବା ସ୍ଥିରିକୃତ ହୋଇଥିଲା। ଦାମୋଦର ସାହୁ, ପଦ୍ମଶ୍ରୀ ଉଚ୍ଛବ ଚରଣ ଦାସ, କୈଳାସ ଚନ୍ଦ୍ର ବେହେରା, ଅଧ୍ୟାପକ ସୌରେନ୍ଦ୍ର ପଣ୍ଡା, କାଉନସିଲର ଆଶୁତୋଷ ଦାସ, ଯୁବଦ୍ୟୋଗୀ ବିଶ୍ୱଜିତ୍‌‌ ଭଞ୍ଜ, ବ୍ୟବସାୟୀ ସୁଧାକର ସାମନ୍ତରାୟ, ସାମ୍ବାଦିକ ପ୍ରକାଶ ନାୟକ, ଅଶୋକ କୁମାର ଦାସ, ସାମାଜିକ କର୍ମୀ କେ.ସି.ପ୍ରତାପସିଂହ ଆଦିଙ୍କୁ ମଞ୍ଚର ପରିଚାଳନା ସଦସ୍ୟ ଭାବେ ମନୋନୀତ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ପ୍ରଦୀପ କୁମାର ଦାସ, ବନ୍ଦନା ମହାନ୍ତି, ପରେଶ ରଞ୍ଜନ ଓଝା, ଦୂର୍ଗେଶ ଚନ୍ଦ୍ର ନାୟକ, ପିଙ୍କି ବେହେରା, ଅଲେଖ ଚନ୍ଦ୍ର ମଲ୍ଲିକ ପ୍ରମୁଖ ବୈଠକରେ ଯୋଗ ଦେଇଥିଲେ। ରମେଶ ଚନ୍ଦ୍ର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.