ରାମନାଗୁଡାରେ ୧୦୬ଜଣ ଛାତ୍ରଛାତ୍ରୀ ଦେଲେ ଛାତ୍ରବୃତ୍ତି ପରୀକ୍ଷା

ରାମନାଗୁଡା: ରାୟଗଡ଼ା ଜିଲ୍ଲା ରାମନାଗୁଡା ସରକାରୀ ବିଦ୍ୟାଳୟଠାରେ ତୃତୀୟ ଓ ପଞ୍ଚମ ଶ୍ରେଣୀ ନିମନ୍ତେ ଛାତ୍ରବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଏହି ବୃତ୍ତି ପରୀକ୍ଷାରେ ପଞ୍ଚମ ଶ୍ରେଣୀରେ ୫୪ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ରହିଥିବା ବେଳେ ୫୨ଜଣ ପରୀକ୍ଷାର୍ଥୀ ଉପସ୍ଥିତ ଥିଲେ। ସେହିପରି ତୃତୀୟ ଶ୍ରେଣୀରେ ୫୪ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ ୫୪ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଉକ୍ତ ପରୀକ୍ଷାରେ ପର୍ଯ୍ୟବେକ୍ଷକ ଭାବେ ଏବିଇଓ ଦାମୋଦର ହିମିରିକା, ଇନଭିଜିଲେଟର ଭାବେ ଶିକ୍ଷୟିତ୍ରୀ ସ୍ମିତାରାଣୀ ତୁଳ, ଶିକ୍ଷକ ବସନ୍ତ ପ୍ରାଣୀଗ୍ରାହୀ, ସୁପରିଟେଣ୍ଡେଣ୍ଟ ଭାବେ ବିଇଓ ସୂଜନ ମଲ୍ଲିକ ପରୀକ୍ଷା ପରିଚାଳନା କରିଥିଲେ।।

Comments are closed.