କଟକ ଏସ୍ସିବିରେ ୧୮ଜଣଙ୍କଠାରୁ ସଂଗୃହୀତ ହେଲା ୩୬ ୟୁନିଟ୍ ପ୍ଲାଜ୍ମା

କଟକ: କଟକ ଏସ୍ସିବିରେ ୧୮ଜଣଙ୍କଠାରୁ ୩୬ ୟୁନିଟ୍ ପ୍ଲାଜ୍ମା ସଂଗୃହିତ ହୋଇଛି ଏବେ ସେଥିମଧ୍ୟରୁ ୩୦ ବୋତଲ ପ୍ଲାଜ୍ମା ବିଭିନ୍ନ କୋଭିଡ୍ ହସ୍ପିଟାଲ୍କୁ ପଠାଯାଇଛି। ଆଉ ୬ ବୋତଲ ପ୍ଲାଜ୍ମା ସଂରକ୍ଷିତ ଅଛି, ଆଜି ଆଉ ୨ଜଣ ପ୍ଲାଜ୍ମା ଦେବେ ବୋଲି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି। ପ୍ଲାଜ୍ମା ଥେରାପିରୁ ସୁଫଳ ମିଳିଛି, ଆଗକୁ ପ୍ଲାଜ୍ମା ସଂଗ୍ରହ ଜାରି ରହିବ। କଟକ ଏସ୍ସିବିରେ ପ୍ଲାଜ୍ମା ଦାନ କଲେ ୩ ଜଣ ଅଗ୍ନିଶମ କର୍ମଚାରୀ। କରୋନାକୁ ମାତ୍ ଦେବା ପରେ ଏବେ ପ୍ଲାଜ୍ମା ଦାନ କଲେ ବୋଲି ସେ ପ୍ରକାଶ କରିଛନ୍ତି।
ଅପରପକ୍ଷରେ ଆଇସୋଲେସନ୍ ୱାର୍ଡର ଅବ୍ୟବସ୍ଥା ନେଇ ମଧ୍ୟ ମତ ଶ୍ରୀ ମହାରଣା ମତ ରଖିଛନ୍ତି। ସେ କହିଛନ୍ତି ଯେ ଆମେ ଏହାକୁ ଅସ୍ବୀକାର କରୁନାହଁୁ, କିଛି ତ୍ରୁଟି ସାମ୍ନାକୁ ଆସିଛି। ଏ ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ପଦକ୍ଷେପ ନେଇଛୁ। ଏହି ମହାମାରୀବେଳେ ସମସ୍ତଙ୍କୁ ମିଶି କାମ କରିବାକୁ ପଡ଼ିବ। ଏସ୍ସିବିର ସୁନାମ ସାରା ଦେଶରେ ରହିଛି, କ୍ଷୁର୍ଣ୍ଣ ହେବାକୁ ଦେବୁନାହିଁ ବୋଲି ଜରୁରୀକାଳନୀ ଅଧିକାରୀ ଭୂବନାନନ୍ଦ ମହାରଣା ପ୍ରକାଶ କରିଛନ୍ତି।