ସାବରିମାଳା ପ୍ରସଙ୍ଗ – ଆସନ୍ତା ସପ୍ତାହରେ ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସାବରିମାଳା ମନ୍ଦିର ପରିଦର୍ଶନରେ ଯାଇଥିବା କେରଳର ଜଣେ ମହିଳାଙ୍କୁ ଅଟକାଯିବା ଘଟଣାରେ ସୁପ୍ରିମକୋର୍ଟରେ ଦାୟର ମାମଲାର ଶୁଣାଣି ଆସନ୍ତା ସପ୍ତାହରେ କରାଯିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ସମ୍ପୃକ୍ତ ମହିଳାଜଣକ ଅଭିଯୋଗ କରିଛନ୍ତି, ସେ ସାବରିମାଳା ଯାଉଥିବାବେଳେ ତାଙ୍କୁ ରାସ୍ତାରେ ଅଟକାଯାଇଥିଲା। ସବୁ ବର୍ଗର ମହିଳା ସାବରିମାଳା ମନ୍ଦିର ପ୍ରବେଶ କରିପାରିବେ ବୋଲି ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶର ଏହା ଅବମାନନା ବୋଲି ସେ ଅଭିଯୋଗ କରିଛନ୍ତି।

ପ୍ରଧାନ ବିଚାରପତି ଏସ୍‍.ଏ.ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ବିନ୍ଦୁ ଅମିନୀଙ୍କ ଦ୍ୱାରା ଦାୟର ଅଭିଯୋଗର ଶୁଣାଣି କରିବାପାଇଁ ସହମତ ହୋଇଛନ୍ତି। ତାଙ୍କୁ ପୁଲିସ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆକ୍ରମଣ କରାଯାଇଥିଲା। ଇତିମଧ୍ୟରେ ଫାତିମା ନାମକ ଅନ୍ୟଜଣେ ମହିଳା ଗତକାଲି ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏକ ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଗତବର୍ଷ ସେପ୍ଟେମ୍ବରରେ ସବୁବର୍ଗର ମହିଳାଙ୍କୁ ସାବରିମାଳା ମନ୍ଦିର ପ୍ରବେଶ ପାଇଁ ଅନୁମତି ଦେଇଥିଲେ।

Comments are closed.