ଟିଆରପି ସ୍କାମ ମାମଲା, ବମ୍ବେ ହାଇକୋର୍ଟରେ ଆବେଦନ ପାଇଁ ରିପବ୍ଲିକ ମିଡିଆ ଗ୍ରୁପକୁ କହିଲେ ସୁପ୍ରିମକୋର୍ଟ

ମୁମ୍ବାଇ ପୁଲିସ ଦ୍ୱାରା ପଞ୍ଜୀକୃତ ଟେଲିଭିଜନ ରେଟିଂ ପଏଣ୍ଟ (ଟିଆରପି) ସ୍କାମ ମାମଲାରେ ସୁପ୍ରିମକୋର୍ଟ ରିପବ୍ଲିକ ମିଡିଆ ଗ୍ରୁପକୁ ବମ୍ବେ ହାଇକୋର୍ଟଙ୍କ ନିକଟରେ ଆବେଦନ କରିବାକୁ କହିଛନ୍ତି। ବିଚାରପତି ଡି. ୟୁ. ଚନ୍ଦ୍ରଚୁଡ଼, ଇନ୍ଦୁ ମାଲହୋତ୍ରା ଏବଂ ଇନ୍ଦିରା ବାନାର୍ଜୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ କରୋନା ମହାମାରୀରେ ହାଇକୋର୍ଟ କାର୍ଯ୍ୟ କରିଆସୁଛନ୍ତି ଏବଂ ଏହାର କାର୍ଯ୍ୟାଳୟ ୱର୍ଲିରେ ଥିବାରୁ ରିପବ୍ଲିକ ମିଡିଆ ଗ୍ରୁପ ସେଠାରେ ଆବେଦନ କରିବା ଉଚିତ୍।

ରିପବ୍ଲିକ ମିଡିଆ ଗ୍ରୁପ ପକ୍ଷରୁ ବରିଷ୍ଠ ଆଡଭୋକେଟ ହରିଶ ସାଲଭେ ଦର୍ଶାଇଛନ୍ତି ଯେ ଅନୁସନ୍ଧାନରେ ବିଳମ୍ବ ହେଉଥିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ କମିଶନରମାନେ ସାକ୍ଷାତକାର ଦେଉଛନ୍ତି। ମୁମ୍ବାଇ ପୁଲିସ ଟିଆରପି ସ୍କାମରେ ଏକ ମାମଲା ରୁଜୁ କରି ତଦନ୍ତ ପାଇଁ ରିପବ୍ଲିକ ଟିଭିର ମୁଖ୍ୟ ଆର୍ଥିକ ଅଧିକାରୀ ଏସ. ସୁନ୍ଦରମଙ୍କୁ ଡକାଇଛି। ପୁଲିସ ଏହି ମାମଲାରେ ପୂର୍ବରୁ ଫକ୍ତ ମରାଠୀ ଏବଂ ବକ୍ସ ସିନେମା ଚ୍ୟାନେଲ ମାଲିକଙ୍କୁ ଗିରଫ କରିସାରିଛି।

Comments are closed.