୧୯୮୪ ଶିଖ ବିରୋଧୀ ଦଙ୍ଗା: ୯ଜଣଙ୍କୁ ଦୋଷମୁକ୍ତ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ୧୯୮୪ ଶିଖ ବିରୋଧୀ ଦଙ୍ଗା ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରା ଦୋଷୀ ସାବ୍ୟସ୍ତ ୯ଜଣଙ୍କୁ ସୁପ୍ରିମକୋର୍ଟ ମଙ୍ଗଳବାର ଦୋଷମୁକ୍ତ କରିଛନ୍ତି। ପ୍ରମାଣ ଅଭାବରୁ ବେନିଫିଟ୍ ଅଫ ଡାଉଟରେ ଏହି ଦୋଷମୁକ୍ତ କରାଯାଇଛି। ପୂର୍ବ ଦିଲ୍ଲୀର ତ୍ରିଲୋକ ପୁରୀ ଅଞ୍ଚଳରେ ହୋଇଥିବା ଦଙ୍ଗାକୁ ନେଇ ଏମାନଙ୍କୁ ଦୋଷୀ ​‌ସାବ୍ୟସ୍ତ ହୋଇଥିଲେ। ହାଇକୋର୍ଟଙ୍କ ରାୟ ବିରୋଧରେ ସେମାନେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସେମାନଙ୍କ ବିରୋଧ କୌଣସି ପ୍ରମାଣ ନଥିବାବେଳେ ପ୍ରତ୍ୟକ୍ଷଦର୍ଶୀମାନେ ସେମାନଙ୍କୁ ଚିହ୍ନଟ କରିପାରି ନଥିଲେ। ଦୋଷମୁକ୍ତ ହୋଇଥିବା ବ୍ୟକ୍ତିମାନେ ହେଲେ ଗଣେଶନ, ବେଦ ପ୍ରକାଶ, ତାରା ଚାନ୍ଦ, ସୁରେନ୍ଦ୍ର ସିଂହ, ହବିବ ସିଂହ, ରାମ ସିରୋମଣି, ବ୍ରହ୍ମା ସିଂହ, ସୁବାର ସିଂହ ଓ ସୁରେନ୍ଦ୍ର ମୂର୍ତ୍ତି।

Comments are closed.