ଜିଲା ଯୁବ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ

ସମ୍ବଲପୁର: ସମ୍ବଲପୁର ଜିଲା ଯୁବ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଗୁରୁବାର ସ୍ଥାନୀୟ ଦଲେପଡା ସ୍ଥିତ ପର୍ଶୁରାମ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲା ଯୁବ କଂଗ୍ରେସ ସଭାପତି ପ୍ଲାବନ ବହିଦାରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ରାଷ୍ଟ୍ରୀୟ ସମ୍ପାଦକ ତଥା ଓଡିଶା ଯୁବ କଂଗ୍ରେସ ସଭାପତି ରିଜାଜୁଲ ଅଂସାରି ମୁଖ୍ୟ ଅତିଥି ଓ ରାଜ୍ୟ ଯୁବ ସାଧାରଣ ସମ୍ପାଦକ ଆଶୁତୋଷ ସ୍ୱାଇଁ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ। ବୈଠକରେ ସଙ୍ଗଠନକୁ ଅଧିକ ମଜବୁତ କରିବା ସହିତ ବେକାରି ସମସ୍ୟା, ଚାଷୀ ସମସ୍ୟା, ଦରଦାମ ବୃଦ୍ଧି ଏବଂ କୋଭିଡ – ୧୯ ସଙ୍କଟ ସମୟରେ ଜନତାଙ୍କୁ ସହାୟତା ଆଦି ବିଷୟବସ୍ତୁ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଓଡିଶା ପ୍ରଭାରୀ ଅଂସାରି ସମ୍ବଲପୁର ଜିଲା ସଙ୍ଗଠନ ଦ୍ୱାରା ଜନତାଙ୍କ ସହିତ ଯୋଡି ହେବା ପାଇଁ ନିଆଯାଇଥିବା କାର୍ଯ୍ୟକ୍ରମ ଗୁଡିକୁ ପ୍ରଶଂସା କରିବା ସହିତ ଏହାକୁ ଆହୁରୀ ପ୍ରଭାବୀ ଭାବରେ କାର୍ଯ୍ୟକ୍ଷମ କରିବା ପାଇଁ ପରାମର୍ଶ ଦେଇଥିଲେ।

ବୈଠକରେ ଜିଲା ଯୁବ କଂଗ୍ରେସ ଉପ ସଭାପତି ନିଖତ ପରୱିନ, ମୋହନ ସାହା, ନେହା ଖାନ, ମୌସମ ପଟ୍ଟନାୟକ, ଅଂଶୁମାନ ନନ୍ଦ, ଅନୀଲ ସିଂହ, ଆନନ୍ଦ, ଶେଖ ହାସିମ, ଅଭିଷେକ ନାୟକ, ବିକାଶ ବେହେରା, ନିଳକଣ୍ଠ ମେସୁଆ, ମୁକେଶ ମେହେର, ଉମେଶ ପ୍ରଧାନ, ଗିରିଶ ଚନ୍ଦ୍ର ପୃଷେଠ ଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା ବିଜୟ ଭୂୟାଁ, ଦିନବନ୍ଧୁ ପରିଡା, ସୁରଞ୍ଜିନୀ ବାରିକ, ରେଣୁ କରିମ, ମହମ୍ମଦ ଜୁବେର, ମହମ୍ମଦ ସକୁ, ବାବୁ ଖାନ, ଭୁବନ ବିଶ୍ୱାଳ, ମୁନା ମେହେର, ଚାଷି ନେତା ଗୋବିନ୍ଦ ମିଶ୍ର, ସଦାନନ୍ଦ ବରାଳ, କହ୍ନେୟା ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହିଥିଲେ।

Comments are closed.