ବିପୁଳ ପରିମାଣର କଫ୍‍ ସିରପ୍‍ ଜବତ : ଦୁଇ ଗିରଫ

ସମ୍ବଲପୁର : ସମ୍ବଲପୁର ପୁଲିସ ଦ୍ୱାରା ଅବୈଧ୍ୟ ନିଶା କାରବାର ଉପରେ ଅଙ୍କୁଶ ଲଗାଇବାର ପ୍ରୟାସ କ୍ରମେ ଚଢ଼ଉ ସମୟରେ ବିପୁଳ କଫ୍‍ ସିରପ୍‍ ଜବତ ହୋଇଛି। ପୁଲିସର ସୂଚନାନୁଯାୟୀ, ବିଶ୍ୱସ୍ତସୂତ୍ରରୁ ଖବର ପାଇ ମୋତିଝରନ ସ୍ଥିତ ଡିଅର ପାର୍କ ରାସ୍ତାରେ ଅଚାନକ ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ ୫୩୦ଟି ଭର୍ତ୍ତି ନିଶା କାଶ ଔଷଧ ବୋତଲ, ୨୦ଟି ଖୋଲା ଠିପି ଥିବା ନିଶା କାଶ ଔଷଧ, ୩୦ଟି ନିଶା ବଟିକା, ଏକ ଲିଟର ଅପମିଶ୍ରିତ ନିଶା ସାମଗ୍ରୀ ଓ ଏକ ଟିଭିଏସ ସ୍କୁଟି ଜବତ କରାଯାଇଛି। ଜବତ ହୋଇଥିବା ସାମଗ୍ରୀ ଗୁଡିକର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ପୁଲିସ କହିଛି। ଏ ସର୍ମ୍ପକରେ ଧନୁପାଲି ଥାନାରେ ଏକ ମାମଲା ରୁଜୁ କରାଯାଇ ଗିରଫ ଦୁଇ ଅଭିଯୁକ୍ତଙ୍କୁ କରାଯାଇ କୋର୍ଟ ଚାଲାଣ କରାଯାଇଛି କହିଛି।

 

Comments are closed.