ବ୍ୟାଙ୍କ ଆପ୍‌ରୁ ନେଇଗଲେ ୭୧ ହଜାର ଟଙ୍କା

ଭୁବନେଶ୍ବର: ବ୍ଲକ ହୋଇଯାଇଥିବା ବ୍ୟାଙ୍କ ଆପ୍‌ ଚାଲୁ କରିବା ଆଳରେ ସାଇବର ଠକମାନେ ଜଣେ ରେଳବାଇ କର୍ମଚାରୀଙ୍କଠାରୁ ୭୧ହଜାର ଟଙ୍କା ଠକିନେଇଛନ୍ତି। ଏକଥା ଜାଣିବା ପରେ ସମ୍ପୃକ୍ତ କର୍ମଚାରୀ ଭୁବନେଶ୍ବର ସାଇବର ଥାନାରେ ଅଭିଯୋଗ କରିଛନ୍ତି।

ପ୍ରକାଶ ଯେ ଭୁବନେଶ୍ବର ରେଳବାଇ କଲୋନୀରେ ରହୁଥିବା ନିର୍ମଳଚନ୍ଦ୍ର ଦାସଙ୍କ ଷ୍ଟେଟବ୍ୟାଙ୍କ ଆପ୍‌ (ୟୋନୋ)ରେ ଟଙ୍କା ନେଣଦେଣ କରିଥାଆନ୍ତି। ତେବେ ବୁଧବାର ଭୁଲ୍‌ ପାଶ୍‌ୱାର୍ଡ ଯୋଗୁଁ ବ୍ଲକ୍‌ ହୋଇଯାଇଥିଲା। ଏ ନେଇ ସେ ଗ୍ରାହକ ସେବା କେନ୍ଦ୍ରକୁ ଯୋଗାଯୋଗ କରିଥିଲେ ମଧ୍ୟ ଫୋନ୍‌ ଲାଗିନଥିଲା। ଏହାର କିଛି ସମୟ ପରେ ଜଣେ ବ୍ୟକ୍ତି ଫୋନ୍‌ କରି ୟୋନୋ ଗ୍ରାହକ ସେବା କେନ୍ଦ୍ରରୁ କହୁଛି ବୋଲି କହିଥିଲେ। ଏହା ପରେ ତାଙ୍କ ଫୋନ୍‌କୁ ଏକ ପିନ୍‌ ଯାଇଥିଲା। ସେ ପିନ୍‌କୁ କ୍ଲିକ୍‌ କରିବା ପରେ ତାଙ୍କ ବ୍ୟାଙ୍କଖାତାରୁ ଟଙ୍କା କଟି ଯାଇଥିବା ଏକ ବାର୍ତ୍ତା ଆସିଥିଲା। ସେ ବ୍ୟାଙ୍କ ଶାଖା ପରିଚାଳକଙ୍କ ସହ ଯୋଗାଯୋଗ କରି ନମ୍ବର ବ୍ଲକ କଲାବେଳକୁ ସାଇବର ଠକ ୭୧ହଜାର ଟଙ୍କା ନେଇଯାଇଥିଲା।

Comments are closed.