ରାଜ୍ୟକୁ ୪୪ ଟି ପୋର୍ଟେବୁଲ ଭେଣ୍ଟିଲେଟର ଦେବ ଏସବିଆଇ ଫାଉଣ୍ଡେସନ

ଭୁବନେଶ୍ୱର : ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଫାଉଣ୍ଡେସନ କର୍ମଚାରୀମାନଙ୍କ ପରିବାର ରାଜ୍ୟର କୋଭିଡ ମୁକାବିଲାରେ ସହଯୋଗ କରିବା ପାଇଁ ଆଗେଇ ଆସିଛନ୍ତି । କର୍ମଚାରୀମାନେ ସେମାନଙ୍କ ପରିବାର ପକ୍ଷରୁ ସଂଗୃହୀତ ଅର୍ଥ ତଥା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଫାଉଣ୍ଡେସନ ପାଣ୍ଠିରୁ ମିଳିତ ଭାବରେ ରାଜ୍ୟ ସରକାରଙ୍କୁ କୋଭିଡ ମୁକାବିଲା ପାଇଁ ୪୪ଟି ପୋର୍ଟେବୁଲ ଭେଣ୍ଟିଲେଟର ଯୋଗାଇ ଦିଆଯିବ ବୋଲି ଷ୍ଟେଟ ବ୍ୟାଙ୍କର ଚିଫ୍ ଜେନେରାଲ ମ୍ୟାନେଜର ପ୍ରବୀଣା କାଲା ଜଣାଇଛନ୍ତି । ଏଥିମଧ୍ୟରୁ ୧୧ଟି ଭେଣ୍ଟିଲେଟର ଓଡ଼ିଶା ରାଜ୍ୟ ମେଡିକାଲ କର୍ପୋରେସନକୁ ଚଳିତ ମାସରେ ପ୍ରଦାନ କରାଯିବ । ବାକି ୩୩ଟି ସଂଗ୍ରହ କରାଯାଇ ଜୁନ୍ ମାସରେ ଦିଆଯିବ ବୋଲି ଶ୍ରୀମତୀ କାଲା କହିଛନ୍ତି । ଭାରତୀୟ ଷ୍ଟେଟ ବ୍ୟାଙ୍କର ଏହି ସହୃଦୟତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇଛନ୍ତି ।

Comments are closed.