ସାବିତ୍ରୀ ରଥ ହେବେ ଓଡିଶା ହାଇକୋର୍ଟର ବିଚାରପତି

କଟକ : ବରିଷ୍ଠ ମହିଳା ଆଇନଜୀବୀ ସାବିତ୍ରୀ ରଥଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ  । ଏନେଇ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସାବିତ୍ରୀ ରଥ ବିଚାରପତି ନିଯୁକ୍ତି ପାଇବା ଫଳରେ ଓଡିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୬ରେ ପହଞ୍ଚିଛି । ଜୁନ୍ ୧୧ରେ ସେ ବିଚାରପତି ଭାବରେ ଶପଥ ନେଇପାରନ୍ତି ।

ସୂଚନାଯୋଗ୍ୟ ସାବିତ୍ରୀ ରଥ ହେଉଛନ୍ତି ପୂର୍ବତନ ପୁଲିସ ଡିଜି ପ୍ରଫୁଲ୍ଲ ରଥଙ୍କ ଝିଅ । ସାବିତ୍ରୀ ରଥ ହାଇକୋର୍ଟରେ ତୃତୀୟ ବିଚାରପତି ଭାବେ କାର୍ଯ୍ୟ କରିବେ । ଏହାପୁର୍ବରୁ ଓଡିଶା ହାଇକୋର୍ଟରେ ଜଷ୍ଟିସ ଅମିୟ କୁମାରୀ ପାଢ଼ୀ ଏବଂ ଜଷ୍ଟିସ ସଞ୍ଜୁ ପଣ୍ଡା ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି ।

Comments are closed.