ବୃକ୍ଷର ସୁରକ୍ଷା-ଆମର ସୁରକ୍ଷା ଶୀର୍ଷକ ଆଲୋଚନା

ବାଙ୍କୀ : ବାଙ୍କୀ ପରିବେଶ ସୁରକ୍ଷା ସମିତି ଆନୁକୂଲ୍ୟରେ ନୂଆବର୍ଷରେ ବୃକ୍ଷର ସୁରକ୍ଷା ଆମର ସୁରକ୍ଷା ଶୀର୍ଷକ  ଆଲୋଚନା ସ୍ଥାନୀୟ କବିଚନ୍ଦ୍ର ଭବନ ପରିସରରେ ଶନିବାର ଦିନ ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାପକ ମନୋଜ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ସମାଜସେବୀ କେଶବ ଚନ୍ଦ୍ର ବେହେରା ମୁଖ୍ୟଅତିଥି ଭାବରେ ଯୋଗଦେଇ ବୃକ୍ଷ ଆମର ବନ୍ଧୁ, ତାର ସୁରକ୍ଷା ଆମର ସୁରକ୍ଷା ବୋଲି ଆଲୋକପାତ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ବାଙ୍କୀ ଅଂଚଳରେ ଥିବା ସମସ୍ତ ପରିବେଶ ପ୍ରେମୀ, ପ୍ରକୃତିବନ୍ଧୁ ଏବଂ ପ୍ରକୃତିମିତ୍ର ଅନୁଷ୍ଠାନ ମାନଙ୍କ ମିଳିତ ସହଯୋଗରେ ଆଗାମୀ ଦିନରେ ପରିବେଶ ଶୀର୍ଷକ କାର୍ଯ୍ୟକ୍ରମ ପାଇଁ ସାଂଗଠନିକ କାର୍ଯ୍ୟଧାରା ପରିଚାଳନା ପାଇଁ ନିଷ୍ପତ୍ତି ନିଆଯାଇଛି। ପରିବେଶ ସୁରକ୍ଷା ସମିତି ସମ୍ପାଦକ ତଥା ପ୍ରକୃତିବନ୍ଧୁ ରମାକାନ୍ତ ଭଞ୍ଜ, ଦୀପକ ସାମନ୍ତରାୟ, ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ, ବଳରାମ ପାଇକରାୟ, ଅଧ୍ୟାପକ ସତ୍ୟଜିତ୍ ଦାସ, ବାଉଁଶିଳ୍ପୀ ଏକାଦଶୀ ବାରିକ ପ୍ରମୁଖ ଯୋଗଦେଇ ସୁଚିନ୍ତ ମତାମତ ପ୍ରଦାନ କରିଛନ୍ତି । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ବଳରାମ ପାଇକରାୟଙ୍କ ସଂଚାଳନରେ ଯଥାକ୍ରମେ ସୁଦର୍ଶନ ସାହୁ ଓ ସୁଲୋଚନା ବାରିକଙ୍କୁ ଉପଢୈାକନ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି। ବୃକ୍ଷର ଯତ୍ନ ଓ ସୁରକ୍ଷା ପାଇଁ ପ୍ରତିକାତ୍ମ ଭାବରେ ଉଭୟ ସମ୍ବର୍ଦ୍ଧିତ ପ୍ରତିଭାଙ୍କୁ ଫୁଲକୁଣ୍ଡ ଉପହାର ଦିଆଯାଇଛି। ଉପସ୍ଥିତ ସଦସ୍ୟ ମାନେ ବୃକ୍ଷର ସୁରକ୍ଷା ଓ ଯତ୍ନ ପାଇଁ ସାମୁହିକ ସପଥଗ୍ରହଣ କରିଛନ୍ତି। ଦୀପକ ସାମନ୍ତରାୟ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Comments are closed.