ଶୀତଳଷଷ୍ଠୀ ଯାତ୍ରାର ସଫଳ ଆୟୋଜନ ପାଇଁ ସତ୍ୟନାରାୟଣ ପୂଜା

ସମ୍ବଲପୁର – ସମ୍ବଲପୁରର ବିଶ୍ୱ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ସଫଳ ଆୟୋଜନ ପାଇଁ ଝାଡୁଆପଡାର ଆରଣ୍ୟକ ଶୀତଳଷଷ୍ଠୀ ଯାତ୍ରା କମିଟି ତରଫରୁ ଶ୍ରୀ ଶ୍ରୀ ସତ୍ୟନାରାୟଣ ପୂଜାର ଆୟୋଜନ କରାଯାଇଛି । ପଣ୍ଡିତ ମହେନ୍ଦ୍ର ପୂଜାରୀ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଥିବା ବେଳେ ବରପିତା ଅମରନାଥ ସୁପକାର ଓ ମାତା ଅମୟ ସୁପକାର କର୍ତ୍ତାକର୍ତ୍ତୀ ର ଦାୟିତ୍ୱ ତୁଲାଇôତଲେ । କମିଟିର ସଦସ୍ୟ କୈଳାଶ ପଣ୍ଡା ଙ୍କ ସୁପରିଚାଳନାରେ ଏହି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା । ଏଥି ସହ ଜିଲା ପ୍ରଶାସନ, ପୁଲିସ ପ୍ରଶାସନ, ମହାନଗର ନିଗମ, ବିଦ୍ୟୁତ ବିଭାଗ ଓ ଗଣମାଧ୍ୟମ ସଂସ୍ଥା ମାନଙ୍କୁ ସକ୍ରିୟ ସହାୟତା ପାଇଁ କମିଟି ତରଫରୁ ଧନ୍ୟବାଦ ଅର୍ପଣ କରାଯାଉଛି ବୋଲି ଗଣମାଧ୍ୟମ ପ୍ରଭାରୀ ଅଭିଷେକ ମିଶ୍ର ସୂଚନା ଦେଇଛନ୍ତି ।

Comments are closed.