ସତ୍ୟବାଦୀରେ ରେକର୍ଡ ବର୍ଷା, ବ୍ୟାପକ ଫସଲ କ୍ଷତିଗ୍ରସ୍ତ

ସାକ୍ଷୀଗୋପାଳ: ଆଜି ଦିନ ୧୧ଟା ସୁଦ୍ଧା ସତ୍ୟବାଦୀ ବ୍ଲକରେ ରେକର୍ଡ ପରିମାଣର ୩୨୮ ମିଲିମିଟର ବର୍ଷା ହୋଇଛି। ଏହି ଲଗାଣ ବର୍ଷା ଫଳରେ ଏହି ବ୍ଲକରେ ପ୍ରାୟ ୮ ହଜାର ହେକ୍ଟରରୁ ଉର୍ଦ୍ଧ୍ୱ ଧାନ ଚାଷ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି। ଏହି ବ୍ଲକରେ ୧୧,୭୦୦ହେକ୍ଟର ଜମିରେ ଧାନ ଚାଷ ହୋଇଥାଏ କ୍ଷ ଚଳିତ ବର୍ଷ ୧୦,୧୦୦ ହେକ୍ଟର ଜମିରେ ଧାନ ଚାଷ ହୋଇଛି।
ସେହିପରି ଜହ୍ନି, କାକୁଡି, ଝୁଡ଼ଙ୍ଗ, ପୋଟଳ, ଭେଣ୍ଡି ଓ ବାଇଗଣ ଆଦି ପରିବା ଚାଷ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଆସନ୍ତା କାଲିଠାରୁ କ୍ଷୟକ୍ଷତି ଆକଳନ କରାଯିବ ବୋଲି ସାକ୍ଷୀଗୋପାଳ କୃଷି ଜିଲ୍ଲା ଅଧିକାରୀ ସୁବାସ ଚନ୍ଦ୍ର ବେହେରା ପ୍ରକାଶ କରିଛନ୍ତି।

Comments are closed.