ସତ୍ୟବାଦୀରେ ଗୁଳିକାଣ୍ଡ : ଯୁବକ ମୃତ

ସୁଆଣ୍ଡୋ : ପୁରୀ ଜିଲା ସତ୍ୟବାଦୀ ଥାନା ଅନ୍ତର୍ଗତ ବଡ କାଞ୍ଜିଆ ଗ୍ରାମ ମୁଣ୍ଡରେ ରବିବାର ବିଳମ୍ବିତ ରାତିରେ ଦୁବୃର୍ତ୍ତଙ୍କ ଗୁଳିମାଡରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନାଯୋଗ୍ୟ ନୟାଗଡର ସୁରେନ୍ଦ୍ର ବେହେରା ଓରଫ ପୁରିଆ (୪୦ ) ବଡକାଞ୍ଜିଆ ଗ୍ରାମର କୁମର ବେହେରାଙ୍କ ଝିଅକୁ ବିବାହ କରି ଶଶୁର ଘରେ ରହୁଥିଲେ । ସେ ସତ୍ୟବାଦୀ ବ୍ଲକ ଛକରେ ଗୋଟିଏ ଢାବାରେ କାମ କରନ୍ତି । ରବିବାର ଢାବାରେ କାମ ସାରି ବିଳମ୍ବିତ ରାତିରେ ଘରକୁ ଫେରିବା ବେଳେ ଗାଁ ମୁଣ୍ଡରେ ଗୁଳିକାଣ୍ଡ ଘଟିଛି । ସକାଳୁ ଏହି ଖବର ପ୍ରଚାରିତ ହେବା ପରେ ଲୋକ ଏକାଠି ହୋଇଥିଲେ। ଖବରପାଇ ସତ୍ୟବାଦୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତଙ୍କ ଗିରଫ ଦାବିରେ ପରିବାର ଲୋକେ ଓ ଗ୍ରାମବାସୀ ୩୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତା ​ରୋକ ପ୍ରତ୍ୟାହୃତ ହୋଇଛି। ଢାବା ମାଲିକ ସମେତ ଅନ୍ୟ ୪-୬ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚୁରା କରୁଛି।

Comments are closed.