ଆଜି ବନ ବିଦ୍ୟାଳୟର ୧୧୨ ତମ ପ୍ରତିଷ୍ଠା ଦିବସ

ସାକ୍ଷୀଗୋପାଳ : ସତ୍ୟବାଦୀ ଯୁଗର ପଞ୍ଚସଖା  ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ଆଚାର୍ଯ୍ୟ ହରିହର ଦାସ, ପଣ୍ଡିତ କୃପାସିନ୍ଧୁ ମିଶ୍ର ଓ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଦ୍ୱାରା  ସତ୍ୟବାଦୀ ବକୁଳ ବନ ପରିସରରେ  ସ୍ଥାପିତ ଐତିହାସିକ ମଣିଷ ଗଢ଼ା କାରଖାନା ସତ୍ୟବାଦୀ ବନ ବିଦ୍ୟାଳୟର ୧୧୨ ତମ ପ୍ରତିଷ୍ଠା ଦିବସ ବକୁଳ ବନ ପରିସରରେ ଆଜି ପାଳିତ ହୋଇଯାଇଛି। ଏହି ଅବସରରେ ବକୁଳ ବନ ପରିସରରେ ଥିବା ପଞ୍ଚସଖାଙ୍କ ପ୍ରତିମୂର୍ତ୍ତିସ୍ଥଳ ସଫେଇ, ପ୍ରତିମୂର୍ତ୍ତି ସ୍ନାନ, ହୋମ, ମାଲ୍ୟାର୍ପଣ, ପୂର୍ଣ୍ଣକୁମ୍ଭ ସ୍ଥାପନ ଓ ପ୍ରଦୀପ ପ୍ରଜ୍ଜ୍ଵଳନ କରାଯାଇଥିଲା.
ଉପସ୍ଥିତ ବନ ବିଦ୍ୟାଳୟ ପ୍ରେମୀ ମାନେ ବନ ବିଦ୍ୟାଳୟର ସ୍ମୃତି ଚାରଣ କରିଥିଲେ।
ହୃଷିକେଶ ମହାପାତ୍ର, ନିଶିକାନ୍ତ ପ୍ରଧାନ, ଆଲୋକ କୁମାର ଖୁଣ୍ଟିଆ, ହାପି ରଥ, ତୁଷାର ରଞ୍ଜନ ନାୟକ, ଅମର ପ୍ରସାଦ ଶତପଥି, ଅଭିଜିତ ସେନାପତି, ସତ୍ୟବାଦୀ ଦାସ, ନବଘନ ଶତପଥି, ଜିତେନ୍ଦ୍ର କୁମାର ଦାସ, ବିପିନ କୁମାର ମହାନ୍ତି ଓ ଅଜୁ ମିଶ୍ର ପ୍ରମୁଖଙ୍କ ସମେତ ଅନ୍ୟମାନେ ଯୋଗ ଦେଇଥିଲେ।

ପ୍ରକାଶ ଥାଉ କି, ୧୯୦୯ ମସିହାରେ ପରାଧୀନ ଓଡିଶାରେ ଶିକ୍ଷାର ବିକାଶ ନିମନ୍ତେ ସତ୍ୟବାଦୀ ଯୁଗର ଏହି ପଞ୍ଚସଖା ବକୁଳ ବନ ପରିସରରେ ଐତିହାସିକ ମଣିଷ ଗଢ଼ା କାରଖାନା ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ।

Comments are closed.