ଏନସିବିର ମହାନିର୍ଦେଶକ ଦାୟିତ୍ୱ ଗ୍ରହଣ କଲେ ସତ୍ୟ ନାରାୟଣ ପ୍ରଧାନ

ନୂଆଦିଲ୍ଲୀ : ଓଡ଼ିଆ ଆଇପିଏସ୍ ଅଧିକାରୀ ସତ୍ୟ ନାରାୟଣ ପ୍ରଧାନଙ୍କୁ ପୁଣି ଏକ ବଡ଼ ଦାୟିତ୍ୱ ମିଳିଛି। ଜାତୀୟ ନିଶା ଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ (ଏନସିବି)ବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ମହାନିର୍ଦେଶକ ଭାବେ ଶ୍ରୀ ପ୍ରଧାନଙ୍କୁ ଅତିରିକ୍ତ ଦାୟିତ୍ୱ ମିଳିଛି। ଗୁରୁବାର ସେ ରାକେଶ ଆସ୍ଥାନାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଶ୍ରୀ ପ୍ରଧାନ ଏବେ ଏନଡିଆରଏଫ ଡିଜି ଭାବେ ଦାୟିତ୍ୱ ତୁଲାଉଛନ୍ତି। ୧୯୮୮ ବ୍ୟାଚ୍ ଝାଡ଼ଖଣ୍ଡ କ୍ୟାଡର ଓଡିଆ ଆଇପିଏସ୍ ହେଉଛନ୍ତି ସତ୍ୟ ନାରାୟଣ ପ୍ରଧାନ ।

ଏନସିବି ଡିଜି ଦାୟିତ୍ୱ ଗ୍ରହଣ ପରେ ସତ୍ୟ ନାରାୟଣ ପ୍ରଧାନ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, ଦେଶରେ ଜାତୀୟ ନିଶା ଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋର ସଂପ୍ରସାରଣ କରାଯିବ। କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରାଯିବା ସହ ମିଶନ ମୋଡ୍‌ରେ କାର୍ଯ୍ୟ କରାଯିବ।  ଓଡ଼ିଶା ଏବଂ ଉତ୍ତର ପୂର୍ବାଞ୍ଚଳ ଉପରେ ବିଶେଷ ଧ୍ୟାନ ଦିଆଯିବ। ନିଶା ଦ୍ରବ୍ୟର ମୁଖ୍ୟ କେନ୍ଦ୍ରକୁ ଖୋଜି ବାହାର କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

 

Comments are closed.