କରୋନା ସଂକ୍ରମଣ ବୃଦ୍ଧି ; ଏଣିକି ଶନି, ରବି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ପୁରୀ : ରାଜ୍ୟରେ ହୁ ହୁ ହୋଇ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଏଣିକି ସପ୍ତାହର ପ୍ରତ୍ୟେକ ଶନିବାର ଓ ରବିବାର ସର୍ବସାଧାରଣଙ୍କ ପାଇଁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ । କରୋନା ସଂକ୍ରମଣ ବୃଦ୍ଧି ପାଇଁ ଆଜି ଛତିଶା ନିଯୋଗ ବୈଠକରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆସନ୍ତା ୨୪ ତାରିଖରୁ ଏହି କଟକଣା ଲାଗୁ କରାଯିବ। କରୋନା ସଂକ୍ରମଣ ବୃଦ୍ଧି ପାଇଁ ପ୍ରଶାସନ ପକ୍ଷରୁ କଟକଣା ଜାରି ହୋଇଛି। ଏବେ କେବଳ ରବିବାର ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହୁଥିଲା।

Comments are closed.