ଶନିବାର ରାଶିଫଳ ୦୨.୧୦.୨୦୨୧

ମେଷ: ନିଜ ବଳକା ଧନରେ ଧନୀ ହେବେ। ଅନ୍ନ-ପାନାଦି ସୁଖ ଭୋଗ କରିପାରନ୍ତି। ଚତୁଷ୍ପଦ ପ୍ରାଣୀ ସେବାରେ ଧର୍ମ ଅର୍ଜନ କରିବେ। କୃଷି ଉପରେ ଧ୍ୟାନ ଦେବେ। ଗୃହ ଓ ଯାନ ସୁଖ ମିଳିବାର ସୂଚନା ମିଳୁଛି।
ବୃଷ: ଆର୍ଥିକ ସ୍ଥିତି ଉନ୍ନତମାନର ହେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦେବଦର୍ଶନର ସୁଯୋଗ ଅଛି। ସରକାରଙ୍କ ପ୍ରିୟପାତ୍ର ହେବେ। କବି ମନୋଭାବର ହେବେ। ବ୍ରାହ୍ମଣାନୁରକ୍ତ ହେବେ।
ମିଥୁନ: ଉଚ୍ଚ ଆଶା ଫଳବତୀ ହୋଇପାରେ। ପତ୍ନୀଙ୍କ ଧନ ପ୍ରାପ୍ତ ହୋଇପାରନ୍ତି। ସ୍ବର୍ଣ୍ଣ, ରୌପ୍ୟ କାରବାର ଲାଭପ୍ରଦ ହେବ। ସାଧୁକଲ୍ୟାଣ ଲାଭ କରିପାରନ୍ତି। ଧନଯୁକ୍ତ ହେବେ। ତ୍ୟାଗପୂତ ମନୋବୃତ୍ତିର ହେବେ।
କର୍କଟ: ମେଧାବୀ ହେବେ। କର୍ମଚଞ୍ଚଳ ରହିବେ। ସୁକର୍ମା ହୋଇପାରନ୍ତି। ଗୁପ୍ତଧନ ଯୁକ୍ତ ହେବେ। ଆୟ ଆଶାନୁରୂପକ ହେବ। ସୁସ୍ଥ ଓ ନିରାମୟ ରହିବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ।
ସିଂହ: ସରକାରଙ୍କ ଚାପ ପ୍ରୟୋଗରେ ଧନ ବ୍ୟୟ କରିପାରନ୍ତି। ଚୋରମାନଙ୍କ ପ୍ରତି ସତର୍କ ରହିବାକୁ ପଡ଼ିବ। ବିବାଦୀୟ ବିତର୍କରେ ଭାଗ ନେବା ଉଚିତ୍‌ ହେବ। ମଧୁର କଥାରେ ଶତ୍ରୁକୁ ବଶକରିପାରନ୍ତି।
କନ୍ୟା: ବିଭିନ୍ନ ସୂତ୍ରରୁ ଓ ବହୁ ଉପାୟରୁ ଧନ ଲାଭକରିପାରନ୍ତି। ଶାସ୍ତ୍ରାଦି ଚିନ୍ତନରେ ମନ ଦେବେ। ବିନୟଭାବାପନ୍ନ ହେବେ। ସାଧୁ ନୀତିଯୁକ୍ତ ହେବେ। ଜ୍ଞାନ ଅର୍ଜନରେ ଆଗ୍ରହୀ ହେବେ। ସନ୍‌ମାର୍ଗୀ ହୋଇପାରନ୍ତି।
ତୁଳା: ବାଣିଜ୍ୟ କାରବାରେ ଲାଭପ୍ରଦ ହେବେ। ଧର୍ମାତ୍ମା ହୋଇପାରନ୍ତି। ଜନବଲ୍ଲଭବ ହେବେ। ପରୋପକାରୀ ଓ ସମାଜସେବୀ ହୋଇପାରନ୍ତି। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ବିଜୟୀ ହୋଇପାରନ୍ତି।
ବିଛା: କର୍ତ୍ତବ୍ୟନିଷ୍ଠ ହେବେ। ଧର୍ମଯୁକ୍ତ ହୋଇପାରନ୍ତି। କାର୍ଯ୍ୟରେ ସଫଳତା ଲାଭ କରିବେ। ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ ବ୍ୟବହାର କରିପାରନ୍ତି। ବିଜୟୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ଧନୁ: ଅତ୍ୟଧିକ ପରିଶ୍ରମ କରି କ୍ଲାନ୍ତିବୋଧ କରିପାରନ୍ତି। ଅର୍ଥ ଟାଣ-ଟୁଣ ରହିବ। ମନରେ ଦୁଶ୍ଚିନ୍ତା ଉଦ୍ରେକ ହୋଇପାରେ। ଧର୍ମବିଧାନରେ ଦକ୍ଷତା ପ୍ରତିପାଦନ କରିପାରନ୍ତି। ଯାନ ଚାଳନାରେ ସତର୍କ ହେବେ।
ମକର: ଦାମ୍ଭିକ ହୋଇପାରନ୍ତି। ପରାନୁରକ୍ତ ହେବେ। ଯୁଦ୍ଧପ୍ରିୟ ହୋଇପାରନ୍ତି। ସୁଖକର ଘଟଣା ଘଟିବ। ସଫଳତା ମିଳିବ। ସୁସ୍ବାଦୁ ଭୋଜନର ସମ୍ଭାବନା ଅଛି। ଶୁଭକାର୍ଯ୍ୟ କରଣୀୟ। ଆନନ୍ଦ ଉପଭୋଗ କରିବେ।
କୁମ୍ଭ: ସୁଖ-ସନ୍ତୋଷରେ ଦିନଟି ଅତିବାହିତ କରିପାରନ୍ତି। ଶତ୍ରୁତାର ଅବସାନ ଘଟାଇ ମାନସିକ ଶାନ୍ତି ଫେରି ପାଇବେ। ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ। ଋଣ ପରିଶୋଧ କରିବେ। ଶୁଭକାର୍ଯ୍ୟ କରିପାରନ୍ତି।
ମୀନ: ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ପ୍ରଭୂତ ବିତ୍ତର ଅଧିକାରୀ ହୋଇପାରନ୍ତି। ଯାନବାହନ ସୁଖ ମିଳିବ। ସରକାରୀ ସ୍ତରରୁ ଧନ ଆସିପାରେ। ଦାମ୍ପତ୍ୟ ସୁଖ ମିଳିବ। ଶାସ୍ତ୍ରାଭ୍ୟାସୀ ହେବେ।

Comments are closed.