ଶନିବାର ରାଶିଫଳ ୧୮.୦୯.୨୦୨୧

ମେଷ: କର୍ମ ତତ୍ପରତା ପ୍ରକାଶ ପାଇବ। କୁଳ ପ୍ରଦୀପ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ପାରିବାରିକ ସୁଖ ମିଳିବ।
ବୃଷ: ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ଭୋଗ-ବିଳାସ କରିପାରନ୍ତି। ଜୀବନ, ସୁଖ-ସମୃଦ୍ଧିପୂର୍ଣ୍ଣ ହେବ। ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହୋଇପାରନ୍ତି। ଦାନଶୀଳ ହେବେ। ଗୁଣବାନ୍‌ ହୋଇପାରନ୍ତି।
ମିଥୁନ: ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟରୁ ଲାଭ ମିଳିପାରେ। ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ଶତ୍ରୁ ନାଶ କରିପାରନ୍ତି। ମାତୁଳ ହେତୁକ ମାନଭଙ୍ଗ ହେବ। ପଶୁଧନାଦିଯୁକ୍ତ ହୋଇପାରନ୍ତି।
କର୍କଟ: ପ୍ରୀତି ଲାଭ ହେବ। ବ୍ୟବସାୟ ଲାଭଜନକ ହେବ। ସମାଜସେବାରେ ନିୟୋଜିତ ହେବେ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହୋଇପାରନ୍ତି। ମନରେ ବେଳେବେଳେ ଅହଂଭାବ ଆସିଲେ ବି ପତ୍ନୀଙ୍କ ଅଧୀନ ହେବେ।
ସିଂହ: ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ବଳବାନ୍‌ ହୋଇପାରନ୍ତି। ଶତ୍ରୁହନ୍ତା ହେବେ। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ। ବହୁ ଶୁଭ ଫଳ ମିଳିବ।
କନ୍ୟା: କର୍ମ ଚଞ୍ଚଳ ରହିବେ। ଆକସ୍ମିକ ଧନପ୍ରାପ୍ତିର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ଆଗ୍ରହ ପ୍ରକାଶ କରିପାରନ୍ତି। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବାର ସୂଚନା ମିଳୁଛି।
ତୁଳା: ଉଦାର ପ୍ରକୃତିର ହୋଇପାରନ୍ତି। ଦାନଶୀଳ ହେବେ। ସୁଖୀ ହେବେ। ମନ ପ୍ରସନ୍ନ ରହିବ। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। କୃଷି ଉପରେ ଧ୍ୟାନ ଦେବେ। ପ୍ରେମୀ ଓ ବୁଦ୍ଧିମାନ୍‌ ହୋଇପାରନ୍ତି।
ବିଛା: ପରିଶ୍ରମର ମୂଲ୍ୟ ମିଳିବ। ମନ ପ୍ରସନ୍ନ ରହିବ। ଈଶ୍ବର ବିଶ୍ବାସୀ ହେବେ। ମଧୁର କଥାରେ ଜୀବିକା ନିର୍ବାହ କରିପାରନ୍ତି। ପ୍ରେମୀ ଓ ସାହସୀ ହେବେ। ସାନଭାଇମାନଙ୍କଠାରୁ ଆଦର, ସମ୍ମାନ ମିଳିବାର ସୂଚନା ମିଳୁଛି।
ଧନୁ: ଭାଗ୍ୟଶାଳୀ ହୋଇପାରନ୍ତି। ବିଜ୍ଞ ବ୍ୟକ୍ତି ବିଶେଷରେ ପରିଗଣିତ ହେବେ। ସହନଶୀଳ, ଶାନ୍ତିପ୍ରିୟ, ମଧୁରଭାଷୀ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି। ବ୍ୟବସାୟରୁ ଧନାଗମ ହେବାର ସୂଚନା ମିଳୁଛି।
ମକର: ସୁଖ-ସମ୍ମାନ ଲାଭ କରିପାରନ୍ତି। ଐଶ୍ବର୍ଯ୍ୟପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମାରେ ବିଜୟୀ ହେବା ସହ ଧନ ଲାଭ ହେବ। ବାକ୍‌ ଯୁଦ୍ଧ ହେଉ ବା ସମ୍ମୁଖ ଯୁଦ୍ଧରେ ପାରଙ୍ଗମ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
କୁମ୍ଭ: କର୍ମଚଞ୍ଚଳ ରହିବେ। ତପ ସାଧନାର ପ୍ରଥମ ସୋପାନ ଏକାନ୍ତବାସ କରିବାକୁ ଆଗ୍ରହୀ ହେବେ। ସାହସୀ ଓ ଜ୍ଞାନୀ ହେବେ। ମଧୁର କଥାରେ ବିରୋଧୀମାନଙ୍କ ମନକୁ ଆକର୍ଷିତ କରିପାରନ୍ତି।
ମୀନ: କାର୍ଯ୍ୟଦକ୍ଷତା ପ୍ରତିପାଦନ କରି ପ୍ରଶଂସାର ପାତ୍ର ହେବେ। ସୁସ୍ଥ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଧନ ପ୍ରାପ୍ତ ହେବାର ସୂଚନା ମିଳୁଛି।

Comments are closed.