ଶନିବାର ରାଶିଫଳ – ୩୦ ଜାନୁଆରୀ ୨୦୨୧

ମେଷ: ଚିନ୍ତାଗ୍ରସ୍ତ ହୋଇପାରନ୍ତି। ସନ୍ତାନ ଲାଭର ସୂଚନା ମିଳୁଛି। କ୍ଷୁଧାରେ ମାଂସ ଭକ୍ଷଣ ଇଚ୍ଛା କରିପାରନ୍ତି। ଶ୍ରେଷ୍ଠ ପଦ-ପଦବୀରେ ଭୂଷିତ ହୋଇପାରନ୍ତି। ଗୁଣବାନ୍‍ ଓ ନୀତିଯୁକ୍ତ ହେବେ। ସୌଭାଗ୍ୟଯୁକ୍ତ ହେବେ। ସ୍ତ୍ରୀ ପୁତ୍ର ପ୍ରୀତିଯୁକ୍ତ ହେବେ।
ବୃଷ: କୃଷିରୁ ଲାଭବାନ୍‍ ହେବେ। ଯାନବାହନ ସୁଖ ମିଳିବ। ଗୃହ ସ୍ୱାସ୍ଥ୍ୟ ଉପଯୋଗୀ ହେବ। ଧର୍ମାସକ୍ତ ହେବେ। ମତିମାନ୍‍ ହୋଇପାରନ୍ତି। ପୁତ୍ର, ମିତ୍ରଙ୍କ ପାଇଁ ସୁଖ ଭୋଗ କରିବେ। ଶୁଚି, ସୁଖୀ ଓ ନିଜ ବଳାର୍ଜିତ ଧନଭୋଗ କରିବେ।
ମିଥୁନ: ଧନଶାଳୀ ହେବେ। ପରୋପକାରୀ ହୋଇପାରନ୍ତି। ବିଦ୍ୱାନ୍‍ ଓ ଆଦରଣୀୟ ହେବେ। ପୁତ୍ରାଦି ଯୁକ୍ତ ହେବେ। ଧନବାନ୍‍ ହୋଇପାରନ୍ତି। ଦାନୀ ହେବେ। ସୁବର୍ଣ୍ଣାଦି ଧାତୁ ଦ୍ରବ୍ୟ ପାଇପାରନ୍ତି। ରାଜପ୍ରସାଦ ଭଳି ଗୃହ ସୁଖ ମିଳିବ। ବହୁ ବିଦ୍ୟା ପାରଙ୍ଗମ ହେବେ।
କର୍କଟ: ତ୍ୟାଗଶୀଳ ଓ ନୀତିଜ୍ଞ ହେବେ। ବିବିଧ ଧନଯୁକ୍ତ ହୋଇପାରନ୍ତି। ମନ ଚଞ୍ଚଳ ରହିବ। ଅତି ସୁଖୀ ଓ କୀର୍ତ୍ତିମାନ୍‍ ହେବେ। ସହିଷ୍ଣୁ ହେବେ। ବ୍ୟବସାୟ ଲାଭଜନକ ହେବ। ସରକାରୀ ସ୍ତରରେ ସମ୍ମାନିତ ହେବେ। ଶାସ୍ତ୍ରାଭାଷୀ ଓ ସ୍ତ୍ରୀ ଧନରେ ସୁଖୀ ହେବେ।
ସିଂହ: ଧନବାନ୍‍ ହେବେ। ଗୁଣଯୁକ୍ତ ହୋଇପାରନ୍ତି। ଉପାର୍ଜନକାରୀ ହେବେ। ଶକ୍ତିମାନ୍‍ ହୋଇପାରନ୍ତି। ସରକାରୀ ମାନ୍ୟତା ପ୍ରାପ୍ତ ହୋଇପାରନ୍ତି। କାର୍ୟ୍ୟଧାରା ସଫଳ, ସୁଗମ ହେତୁ ପ୍ରଶଂସାର ପାତ୍ର ହେବେ।
କନ୍ୟା: ଚକ୍ଷୁରେ ସାମୟିକ ଭାବେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଅଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି। ବିବାହାଦି ମଙ୍ଗଳ କାର୍ୟ୍ୟରେ ନିୟୋଜିତ ହେବେ। ସତ୍‍ସଙ୍ଗୀ ହୋଇପାରନ୍ତି। ମଧୁରଭାଷା ବ୍ୟବହାର କରି ପରକୁ ଆପଣାର କରିପାରନ୍ତି।
ତୁଳା: ନାନାବିଧ ସମ୍ମାନର ଅଧିକାରୀ ହୋଇପାରନ୍ତି। ଯାନବାହନ ସୁଖ ମିଳିପାରେ। କୀର୍ତ୍ତିମାନ୍‍ ହେବେ। ଭୋଗ ବିଳାସ କରିପାରନ୍ତି। ଅପାର ଗୁଣର ଅଧିକାରୀ ହେବେ। ମନ ପ୍ରସନ୍ନ ରହିବ। ପତ୍ନୀଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ପଡ଼ିବ।
ବିଛା: ବିଭାଗୀୟ ଅର୍ଥ ମିଳିପାରେ। ଗୃହ ପରିବେଶ ସ୍ୱାସ୍ଥ୍ୟପ୍ରଦ ହେବ। କୀର୍ତ୍ତିମାନ୍‍ ହେବେ। ବହୁବିଧ ଧନ ପ୍ରାପ୍ତ ହୋଇପାରନ୍ତି। ଉତ୍ତମ ଗୁଣର ଅଧିକାରୀ ହେବେ। ରାଜପୂଜିତ ହେବେ। ପରାକ୍ରମଶାଳୀ ହୋଇପାରନ୍ତି। ବହୁପୋଷକ ହେବେ।
ଧନୁ: ଧନବାନ୍‍ ହେବେ। ମହିଳାମାନଙ୍କ ସାହାଯ୍ୟକାରୀ ହୋଇପାରନ୍ତି। ହର୍ଷଯୁକ୍ତ, ବିଶୁଦ୍ଧ ଭାଷୀ ହେବେ। ଧନଶାଳୀ ହୋଇପାରନ୍ତି। ପରଧନରେ ଧନୀ ହୋଇପାରନ୍ତି। ରଜତ ଧନଦ୍ୱାରା ଧନଶାଳୀ ହେବେ। ସର୍ବ ଜନାନୁରକ୍ତ ହୋଇପାରନ୍ତି।
ମକର: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଅର୍ଥାଭାବ ପୁରଣ କରିବାକୁ ଉଦ୍ୟମ ଚାଲୁ ରଖିବେ। ଚୋର ଭୟ ଅଛି। ଶତ୍ରୁମାନେ ବଳବାନ୍‍ ହୋଇପାରନ୍ତି। ମନ ଅସ୍ଥିର ରହିବ। ସ୍ୱାଭିମାନୀ ହୋଇପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।
କୁମ୍ଭ: ପତ୍ନୀ ସ୍ଥିର ସ୍ୱଭାବ ସମ୍ପନ୍ନା ହେବେ। ପତିବ୍ରତା ହୋଇପାରନ୍ତି। ଦେବ ବ୍ରାହ୍ମଣ ସମଯୁକ୍ତ ହେବେ। ଧର୍ମଜ୍ଞା ହେବେ। ସଂଶୟ ମନା ହୋଇପାରନ୍ତି। ବିଳାସ ବ୍ୟସନ କରିପାରନ୍ତି। ଭାଇଙ୍କ ଉପରେ ବିପଦ ଅଛି। ଅବିବାହିତମାନଙ୍କର ସୁକନ୍ୟା ସହ ବିବାହ ସ୍ଥିର ହେବ।
ମୀନ: ସଙ୍ଗୀତପ୍ରିୟ ହେବେ। ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି। ଯଶସ୍ୱୀ ହେବେ। ଧନଶାଳୀ ହୋଇପାରନ୍ତି। ସରକାରଙ୍କ ଠାରୁ ଧନ ମିଳିପାରେ। ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଧନାଗମ ହେବ। ଉତ୍ତମ ବସ୍ତ୍ର, ରତ୍ନ ଓ ଯାନବାହନ ସୁଖ ମିଳିବ।

Comments are closed.