ଶନିବାର ରାଶିଫଳ(୨୮/୦୩/୨୦୨୦)

ମେଷ: ନାନା ବିଭବରେ ମଣ୍ଡିତ ହୋଇପାରନ୍ତି। ଧର୍ମପରାୟଣ ହୋଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଶ୍ରେଷ୍ଠତ୍ବ ବଜାୟ ରଖିବେ। ଶତ୍ରୁଜୟୀ ହେବେ। ସବୁ ଲୋକଙ୍କ ପ୍ରିୟଭାଜନ ହେବ। ବିଚକ୍ଷଣ ହେବେ।
ବୃଷ: ଘାତ ବାର ହେଲେ ବି, ଶୁଭଦାୟକ ହେବ। ଧୈର୍ଯ୍ୟ ହାନି ଘଟିପାରେ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ପ୍ରିୟଭାଷୀ ହେବେ। ଧନଯୁକ୍ତ ହୋଇପାରନ୍ତି। ଯାନବାହନ ସୁଖ ମିଳିବ। ଶାରୀରିକ ଶକ୍ତି ବୃଦ୍ଧି ହେବ।
ମିଥୁନ: ଧନ ଦ୍ରବ୍ୟ ଲାଭ ହୋଇପାରେ। ଶାସ୍ତ୍ରାଭ୍ୟାସୀ ଓ ବିନୀତ ସ୍ୱଭାବର ହେବେ। ସ୍ତ୍ରୀ ଧନ ହେତୁ ସୁଖୀ ହୋଇପାରନ୍ତି। ମନ୍ତ୍ରଣାଦାତା ହେବେ। କୃତିତ୍ୱ ଅର୍ଜନ କରିବେ। ଧନଶାଳୀ ହୋଇପାରନ୍ତି।
କର୍କଟ: ଧନ-ଦ୍ରବ୍ୟ ଲାଭ ହେବାର ସୂଚନା ମିଳୁଛି। ଧର୍ମାସକ୍ତ ହେବେ। ମତିମାନ୍‍ ହୋଇପାରନ୍ତି। ପୁତ୍ର ଓ ମିତ୍ରଙ୍କ ସହାୟତା ପାଇ ସୁଖ ଭୋଗ କରିବେ। ସରକାରୀ କୃପାରୁ ଧନସଂପଦଯୁକ୍ତ ହେବେ। ନୀରୋଗ ଶରୀରଯୁକ୍ତ ଓ ଭାଗ୍ୟଶାଳୀ ହେବେ।
ସିଂହ: ଅତ୍ୟଧିକ ପରିଶ୍ରମ ଯୋଗୁଁ କ୍ଲାନ୍ତ ହୋଇପାରନ୍ତି। ଉତ୍ତମ ବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ। ପୁତ୍ର ସନ୍ତାନ ପ୍ରାପ୍ତିର ସୁଯୋଗ ଅଛି। ମନ୍ତ୍ର-ଶାସ୍ତ୍ରାଦି ଆୟତ୍ତ କରି ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ବାକ୍‍ ପଟୁ ହେବେ। ସାମାଜିକ ସ୍ୱୀକୃତି ମିିଳିିବ।
କନ୍ୟା: ଚେଷ୍ଟାରେ ସଫଳତା ମିଳିବ। ମାତ୍ର ଶତ୍ରୁ ଦମନରେ ସିଦ୍ଧହସ୍ତ ହେବେ। ଶାରୀରିକ କ୍ଲେଶ ଭୋଗ କରିପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସୁଖହୀନ ହେବେ। ଯାନବାହନ ଚଳାଚଳରେ ସତର୍କତା ଜରୁରୀ।
ତୁଳା: ଭୋଗ-ବିଳାସରେ ସମୟ ବିତାଇବେ। ଧୀର ଚିତ୍ତ ସ୍ଥିର ମନରେ କାର୍ଯ୍ୟ କରି ସଫଳତା ଲାଭ କରିବେ। ବହୁ ସୁଖର ଅଧିକାରୀ ହେବେ। ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ଦୟାବାନ୍‍ ହେବେ।
ବିଛା: ମିଠା କଥା କହି ପରକୁ ଆପଣାର କରିବେ। ପ୍ରଭାବଶାଳୀ ହୋଇପାରନ୍ତି। ଅସୁସ୍ଥତାର ଉପଶମ ହେବ। ଶତ୍ରୁକୁ ପରାସ୍ତ କରି ମାନସିକ ଶାନ୍ତି ଫେରି ପାଇବେ। ମିତ୍ରଙ୍କ ସହାୟତା ମିଳିବ। ଧନ ପ୍ରାପ୍ତି ହେବ।
ଧନୁ: ପରାମର୍ଶ ଗ୍ରହୀତା ହେବା ସହିତ ପରାମର୍ଶଦାତା ହୋଇପାରନ୍ତି। ନିଜ କାର୍ଯ୍ୟ ପାଇଁ ଆତ୍ମ ସନ୍ତୋଷ ଲାଭ କରିପାରନ୍ତି। ବହୁ ସୁଖର ଅଧିକାରୀ ହୋଇପାରନ୍ତି। କର୍ମକ୍ଷେତ୍ର ଉଜ୍ଜ୍ୱଳମୟ କରିପାରନ୍ତି। ଦୀନ-ଦରିଦ୍ରଙ୍କ ସେବାରେ ଲାଗିବେ।
ମକର: ଯତ୍ନବାନ୍‍ ନ ହେଲେ ଦ୍ରବ୍ୟ ନଷ୍ଟ ହୋଇପାରେ। କୃଷି କାର୍ଯ୍ୟରେ ପାରଙ୍ଗମ ହେବେ। ଯାନବାହନ ସୁଖ ମିଳିପାରେ। ଗୃହ ପରିବେଶ ପ୍ରଦୂଷଣମୁକ୍ତ ହେବ। ମିତ୍ର, କ୍ଷେତ୍ର, ଶ୍ରମ. ଉତ୍ତମ ବାହାନାଦି ନାନା ସୁଖ ଭୋଗ କରିପାରନ୍ତି।
କୁମ୍ଭ: ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ଶାନ୍ତ, ନିପୁଣ, ମେଧାବୀ, ଜିତେନ୍ଦ୍ରିୟ, ବିଦ୍ୱାନ୍‍ ଓ ଦୟାଳୁ ସ୍ୱଭାବର ହେବେ। ବହୁଭାଷୀ ହୋଇପାରନ୍ତି। ସକଳଗୁଣର ଆଧାର ହେବେ। ସୁଖୀ ହୋଇପାରନ୍ତି। କାବ୍ୟ-ଶାସ୍ତ୍ରାନୁରକ୍ତ ହେବେ। କର୍ମବୀର ହେବେ।
ମୀନ: ତ୍ୟାଗୀ ଓ ନୀତିଜ୍ଞ ହୋଇପାରନ୍ତି। ବିବିଧ ଧନଯୁକ୍ତ ହେବେ। ମନ ଚଞ୍ଚଳ ରହିବ। ହୃଷ୍ଟଚିତ୍ତ ହୋଇପାରନ୍ତି। ସହିଷ୍ଣୁ ଓ ରୂପବାନ୍‍ ହୋଇପାରନ୍ତି।

Comments are closed.