ଶନିବାର ରାଶିଫଳ

ମେଷ: ଅତିଥି ସତ୍କାର ପାଇଁ ବ୍ୟସ୍ତ ରହିପାରନ୍ତି। ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ହାତେ ମାପି ଚାଖଣ୍ଡେ ଚାଲିବାକୁ ପଡ଼ିବ। ନାନା ବିଭବରେ ମଣ୍ଡିତ ହେବେ। ଧର୍ମରକ୍ତ ହେବେ। କାମିନୀ-କାଞ୍ଚନ ସହ ରାଜଭୋଗ କରିବେ।

ବୃଷ: ମୂଲ୍ୟବାନ ଭୂଷଣାଦି କ୍ରୟ କରିପାରନ୍ତି। ଅଳ୍ପ ସୁଖ ଭୋଗ କରିପାରନ୍ତି। ପତ୍ନୀଙ୍କ ବିଳାସ ବ୍ୟସନ ପାଇଁ ଅର୍ଥ ବ୍ୟୟ କରିବେ। କାମଦେବ ଆପଣଙ୍କୁ ପରାଜିତ କରିପାରନ୍ତି। କାର୍ଯ୍ୟ ହାନି ଘଟିବାର ସମ୍ଭାବନା ଅଛି। ବିନୀତ ସ୍ବଭାବର ହୋଇପାରନ୍ତି।

ମିଥୁନ: ପାରିବାରିକ ଜଞ୍ଜାଳ ବୃଦ୍ଧି ହୋଇପାରେ। ଆୟ ପରିମାଣ ବୃଦ୍ଧି ପାଇବାର ସୁଯୋଗ ସୃଷ୍ଟି ହୋଇଛି। ସୁବକ୍ତା ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିଜ୍ଞବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ। ନିରୀହ ସ୍ବଭାବର ହୋଇପାରନ୍ତି।

କର୍କଟ: ବ୍ୟବସାୟରେ ପ୍ରଭୂତ ଉନ୍ନତି ଘଟିବ। କର୍ତ୍ତବ୍ୟ ପାଳନ କରି ପ୍ରଶଂସାର ପାତ୍ର ହୋଇପାରନ୍ତି। ନିଧି ବୃଦ୍ଧି ହେବାର ସୂଚନା ମିଳଛି। କୃଷିକ୍ଷେତ୍ର ଉପରେ ପ୍ରାଧାନ୍ୟ ଦେଇ କର୍ମତତ୍ପର ହେବେ। ରାଜପୂଜା ଓ ଶ୍ରେଷ୍ଠ ସୁଖର ଅଧିକାରୀ ହେବେ।

ସିଂହ: ତରବର ନ ହୋଇ ଅପେକ୍ଷାରତ ହେଲେ କାର୍ଯ୍ୟର ସଫଳ ରୂପାୟନ କରିବାରେ ସକ୍ଷମ ହେବେ। ସେବା-ପୂଜାରେ ନିୟୋଜିତ ହୋଇପାରନ୍ତିି। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିପାରନ୍ତି। ବନ୍ଧୁବର୍ଗଙ୍କ ସହ ମିଶି ବିଳାସବ୍ୟସନ କରିବେ। ପତ୍ନୀ ଓ ବନ୍ଧୁଙ୍କ ପ୍ରତି ଅନୁରକ୍ତ ହେବେ।

କନ୍ୟା: ଭ୍ରାତୃ ବିବାଦ ବଢ଼ିବାର ସମ୍ଭାବନା ଅଛି। ଶାରୀରିକ ସ୍ତରରେ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ପରକଥାରେ ଅଯଥା ଅପବାଦ ହୋଇପାରନ୍ତି। ପୁଣ୍ୟବାନ୍‍ ହେବେ। ରାଜତୁଲ୍ୟ ସନ୍ତୋଷଯୁକ୍ତ ହେବେ। କର୍ମକ୍ଷେତ୍ର ଉତ୍ସାହଜନକ ହେବ। ପରୋପକାରୀ ହେବେ।

ତୁଳା: ସ୍ୱାସ୍ଥ୍ୟ ଚିନ୍ତାଜନକ ହୋଇପାରେ। ମନ ପ୍ରସନ୍ନ ରହିବ। ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ଉତ୍ତମା ପତ୍ନୀଙ୍କ ସହଯୋଗ ପାଇ ମନ ପ୍ରଫୁଲ୍ଲ ରହିବ। ବିଭିନ୍ନ ସୂତ୍ରରୁ ଧନାଗମର ସୂଚନା ମିଳୁଛି। ପରିବାରଙ୍କ ସହିତ ପ୍ରଭୂତ ସୁଖଭୋଗ କରିପାରନ୍ତି।

ବିଛା: ସାମାନ୍ୟ ମାତ୍ରାର ଲାଭବାନ୍‍ ହୋଇପାରନ୍ତି। ଶତ୍ରୁମାନଙ୍କ ଉପରେ କଡ଼ା ନଜର ରଖିବାକୁ ପଡ଼ିବ। ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ସଦ୍‍ବ୍ୟୟୀ ହେବେ। ଆଶ୍ୱସନା ପାଇ ଖୁସି ହେବେ।

ଧନୁ: ପ୍ରତିଯୋଗିତାରେ ଭାଗ ନେଇ କୃତକାର୍ଯ୍ୟ ହୋଇପାରନ୍ତି। ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସରଳ ଓ ସୁଗମ ହେବ। ନିଧି-ବୁଦ୍ଧି ପ୍ରାପ୍ତ ହେବେ। ସନ୍ତୁଷ୍ଟ ହେବେ। ବହୁ ସୁଖର ଅଧିକାରୀ ହୋଇପାରନ୍ତି। କନ୍ୟା ସନ୍ତାନ ଦ୍ୱାରା ଉପକୃତ ହେବେ।

ମକର: କାର୍ଯ୍ୟରେ ଢ଼େର ଉନ୍ନତି ଘଟିବ। ବେଳେବେଳେ ନିରୁତ୍ସାହିତ ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ମିତ୍ର ଓ ଆତ୍ମଜମାନେ ଅଧିକ ସୁଖର ଅଧିକାରୀ ହେବେ। କୁଳ ପ୍ରଧାନ ହୋଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ବିଜୟ ଭାବ ପ୍ରକାଶ କରିବେ।

କୁମ୍ଭ: ପ୍ରତିଯୋଗିତାରେ ବିଜୟ ଲାଭ କରିବେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ରାଜସେବା କରିବେ। ଧର୍ମନୀତିକୁ ଅନୁସରଣ କରିପାରନ୍ତି। ଦେବୋତ୍ତର ବିଭାଗ ପ୍ରତି ଲୟ ରହିବ। ସମ୍ବାଦପତ୍ର ଉପରେ ଉଚିତ୍‍ ଧ୍ୟାନ ଦେବେ।

ମୀନ: ବନ୍ଧୁମେଳରେ ରହି ଆନନ୍ଦ ଅନୁଭବ କରିବେ। ଆଶାବାଦୀ ହୋଇପାରନ୍ତି। ଅର୍ଥ ଚିନ୍ତା ଲାଗି ରହିବ। ନିଜ ରୋଜଗାର ଧନରେ ମହିପତିଙ୍କ ପରିପୂଜ୍ୟ ହେବେ। ସୁପରାମର୍ଶ ଦାତା ହେବେ। ବହୁମିତ୍ରଙ୍କ ଦ୍ୱାରା ବିଶେଷ ଉପକୃତ ହୋଇପାରନ୍ତି।

Comments are closed.