ଶନିବାର ରାଶିଫଳ

ମେଷ: ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିପାରନ୍ତି। ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ ହେବ। ବୁଦ୍ଧି ଚାଳନା କରି କାର୍ଯ୍ୟ ହାସଲ କରିପାରନ୍ତି। ଧର୍ମ ରକ୍ଷା କରିପାରନ୍ତି। ଅବିବାହିତମାନଙ୍କର ମନୋରମା କନ୍ୟା ସହ ବିବାହ ସ୍ଥିର ହେବ।
ବୃଷ: ଉଚ୍ଚ ଶିକ୍ଷା ପାଇଁ ବାହାରକୁ ଯିବାର ସୁଯୋଗ ଅଛି। ଶତ୍ରୁ ଆପଣାଛାଏଁ ଅପସରି ଯିବ। ଦୀର୍ଘଦିନର ଆଶା ପୂରଣ ହେବ। ପରିଶ୍ରମର ମୂଲ୍ୟ ମିଳିବ। କାର୍ଯ୍ୟରେ ସଫଳତା ଲାଭ କରିବେ। ରୋଜଗାର ଆଶାନୁରୂପ ହୋଇପାରେ।
ମିଥୁନ: କାର୍ଯ୍ୟର ସଫଳ ରୂପାୟନ କରି ଆତ୍ମ ସନ୍ତୋଷ ଲାଭ କରିପାରନ୍ତି। ନିରବ ଚିନ୍ତନ ଦ୍ବାର ସଦ୍‌ବୁଦ୍ଧି ଉଦୟ ହେବ। ପାରିବାରିକ ସୁଖ ମିଳିବ। ନାନା ବିଭବରେ ମଣ୍ଡିତ ହେବେ। କନ୍ୟା, ପୁତ୍ର ପୌତ୍ର, ପ୍ରପୌତ୍ରାଦି ଲାଭ କରି ଖୁସି ହୋଇପାରନ୍ତି।
କର୍କଟ: ବ୍ୟବସାୟରେ ସ୍ଥିତାବସ୍ଥା ବଜାୟ ରହିବ। କଳହ ଠାରୁ ଦୂରେଇ ରହିବାକୁ ପଡ଼ିବ। ଦିନଟି ସମସ୍ୟା ବହୁଳ ହୋଇପାରେ। କାର୍ଯ୍ୟ ସିଦ୍ଧି ହେବ; ମାତ୍ର ବିଳମ୍ବରେ ା ଚିନ୍ତା ଧାରା ଉନ୍ନତମାନର ହେବ। କୃଷି କାର୍ଯ୍ୟରେ ମନ ଦେବେ। ଯାନବାହନ ସୁଖ ମିଳିବ।
ସିଂହ: ବିପଦର ଆଭାସ ପାଇବେ। ପରିଶ୍ରମର ମୂଲ୍ୟ ମିଳିବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ସକଳ ଗୁଣ ଆଧାର ହୋଇପାରନ୍ତି। ଯଶସ୍ବୀ ହେବେ। ବିବାଦରେ ବିଜୟୀ ହେବେ। କାର୍ଯ୍ୟରେ ସଫଳତା ମିଳିବ।
କନ୍ୟା: କଳହ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରିବେ। ଆଳସ୍ୟ ପରିତ୍ୟାଗ କରି ଉନ୍ନୟନ କାର୍ଯ୍ୟ ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହୋଇପାରେ। ତ୍ୟାଗ-ପୂତ ମନୋବୃତ୍ତି ଗ୍ରହଣ କରିପାରନ୍ତି। ନୀତି ନିଷ୍ଠ ଭାବେ କାର୍ଯ୍ୟ କରି ପ୍ରଶଂସିତ ହେବେ।
ତୁଳା: ଆୟ ଆଶାନୁରୂପ ହେବ। ସୁଖ-ସମ୍ମାନ ଲାଭ କରିବେ। ନୈତିକ ବଳବୃଦ୍ଧି ହେବ। ମାନ୍ୟତା ପ୍ରାପ୍ତ ହୋଇପାରନ୍ତି। ସରକାରୀ ବା ବନ୍ଧୁଙ୍କ ସହାୟତାରେ ଲାଭବାନ ହେବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ବିଛା: ପୂର୍ବାନୁଭୂତିର ପୁନରାବୃତ୍ତି ହେବ। ଧର୍ମ-କର୍ମ ସଂପାଦନ କରିପାରନ୍ତି। ଉପୁଜି ଥିବା ସମସ୍ୟାର ସମାଧାନ ହେବ। ଖର୍ଚ୍ଚ ବୃଦ୍ଧିର ସୂଚନା ମିଳୁଛି। ସରଳ ଓ ଶାବଲୀଳ କଥାରେ ପରକୁ ଆପଣ କରିପାରନ୍ତି। ସ୍ବାଭିମାନର ସହ ବଞ୍ଚିବାକୁ ଚେଷ୍ଟା କରିବେ।
ଧନୁ: ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଆୟ ବୃଦ୍ଧିର ସୂଚନା ମିଳୁଛି। କାର୍ଯ୍ୟର ସଫଳତା ଲାଭ କରିବେ। ଲୋକପ୍ରିୟତା ହାସଲ କରିବେ। ଦେବ ଦର୍ଶନର ସୌଭାଗ୍ୟ ଅଛି। ଅର୍ଥ-ସମ୍ପଦ ଲାଭ ହେବ। ସରକାରୀ ମାନ୍ୟତା ଓ ଅର୍ଥ ମିଳିବ।
ମକର: ଦେହରେ ଆଘାତ ପାଇପାରନ୍ତି। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶତ୍ରୁ ଦମନ କରି ବିଜୟ ହାସଲ କରିବେ। ହର୍ଷ-ଉଲ୍ଲାସରେ ଦିନଟି ବିତିପାରେ। ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ।
କୁମ୍ଭ: ପିଲାଙ୍କ ପାଇଁ ଚିନ୍ତା ପ୍ରକଟ କରିବେ। ଭ୍ରମଣ ଯୋଗ ରହିଛି। ସତ୍‌ସଙ୍ଗୀ ହେବେ। ଧର୍ମକର୍ମ ସଂପାଦନ କରିବେ। ଯୋଜନାରେ ପରିବର୍ତ୍ତନ କରିବାକୁ ଚେଷ୍ଟିତ ହୋଇପାରନ୍ତି। ପାରିବାରିକ ସୁଖ-ଶାନ୍ତି ମିଳିବ। କାର୍ଯ୍ୟରେ କୃତିତ୍ବ ମିଳିବ।
ମୀନ: ପ୍ରିୟ ବ୍ୟକ୍ତିଙ୍କ ଦ୍ବାରା ଅପଦସ୍ଥ ହୋଇପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ବାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ଜଳଯାତ୍ରା ମନା

Comments are closed.