ଶନିବାର ରାଶିଫଳ ୦୪.୧୨.୨୦୨୧

ମେଷ: ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ଦୁର୍ଘଟଣାରୁ ବର୍ତ୍ତିଯାଇ ଆଶ୍ବସ୍ତ ହେବେ। ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ନୀତିନିଷ୍ଠ ଓ ବିନୀତ ସ୍ବଭାବର ହେବେ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କରେ ଚଳିବେ।
ବୃଷ: ରୋହିଣୀ ନକ୍ଷତ୍ରଜାତ ବ୍ୟକ୍ତିଙ୍କୁ କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। କୃତ୍ତିକା ଓ ମୃଗଶିରା ନକ୍ଷତ୍ରର ସାମାନ୍ୟ ଶୁଭଫଳ।
ମିଥୁନ: ଆର୍ଦ୍ରା ନକ୍ଷତ୍ରଜାତ ବ୍ୟକ୍ତି ବିଚାରବିମର୍ଶ କରି କାର୍ୟ୍ୟ କଲେ ସଫଳତା ପାଇବେ। ଶତ୍ରୁ ବିନାଶ କରିବେ। ଋଣ ପରିଶୋଧ କରିପାରନ୍ତି। ମୃଗଶିରା ଓ ପୁନର୍ବସୁ ନକ୍ଷତ୍ର ସାରାଦିନ କାର୍ୟ୍ୟବ୍ୟସ୍ତ ରହିବେ।
କର୍କଟ: ପୁଷ୍ୟା ନକ୍ଷତ୍ରଜାତ ବ୍ୟକ୍ତି ପଢ଼ାପଢ଼ିରେ ମନୋନିବେଶ କରିବେ। ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବ୍ୟବସାୟ ଲାଭଜନକ ହେବ। ପୁନର୍ବସୁ ଓ ଅଶ୍ଲେଷା ନକ୍ଷତ୍ର ପ୍ରଭାବିତ ହେବେ।
ସିଂହ: ମଘା ଓ ପୂର୍ବା ଫାଲୁଗୁନୀ ନକ୍ଷତ୍ରଜାତ ବ୍ୟକ୍ତିଙ୍କ ଶ୍ରମ ସାର୍ଥକ ହେବ। ଯାନବାହନ ସୁଖ ମିଳିବ। ଗୃହ ପରିବେଶ ବାସଉପଯୋଗୀ ହେବ। କୃଷି କ୍ଷେତ୍ରରୁ ଲାଭ ମିଳିବ। ଉତ୍ତରା ଫାଲୁଗୁନୀ ନକ୍ଷତ୍ରର ସାମାନ୍ୟ ଲାଭ।
କନ୍ୟା: ହସ୍ତା ନକ୍ଷତ୍ରଜାତ ବ୍ୟକ୍ତି ପ୍ରତି କ୍ଷେତ୍ରରେ କୃତକାର୍ୟ୍ୟ ହେବେ। ସକଳ ଗୁଣଯୁକ୍ତ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହେବେ। ସରକାରୀ ସ୍ତରରୁ ଲାଭବାନ୍ ହେବେ। ଉତ୍ତରା ଫାଲଗୁନୀ ଓ ଚିତ୍ରା ନକ୍ଷତ୍ରର ସାମାନ୍ୟ ଶୁଭଫଳ।
ତୁଳା: ହସ୍ତା ନକ୍ଷତ୍ରଜାତ ବ୍ୟକ୍ତି ବିଭିନ୍ନ ସ୍ତରରୁ ଧନ ଆହରଣ କରିବାରେ ସକ୍ଷମ ହେବେ। ନୀତିନିଷ୍ଠ ହେବେ। ମତିମାନ୍ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ଚିତ୍ରା ଓ ବିଶାଖା ନକ୍ଷତ୍ରର ସାମାନ୍ୟ ଶୁଭଫଳ।
ବିଛା: ଅନୁରାଧା ନକ୍ଷତ୍ରଜାତ ବ୍ୟକ୍ତିଙ୍କର ଆୟ ଆଶାନୁରୂପ ହେବ। ସରକାର ଓ ବନ୍ଧୁ ସହାୟତାରୁ ଲାଭବାନ୍ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଜ୍ୟେଷ୍ଠା ନକ୍ଷତ୍ରଜାତ ବ୍ୟକ୍ତିଙ୍କ ସାମାନ୍ୟ ଶୁଭ।
ଧନୁ: ମୂଳା ଓ ପୂର୍ବାଷାଢ଼ା ନକ୍ଷତ୍ରଜାତ ବ୍ୟକ୍ତି ସାଧନାର ପ୍ରଥମ ସୋପାନପୂର୍ବକ ଏକାକି କିିଛି ସମୟ ବିତାଇ ପାରନ୍ତି। ନିଜକୁ ବିବାଦମୁକ୍ତ ରଖିପାରନ୍ତି। ଶୁଭକାର୍ୟ୍ୟରେ ଧନ ବ୍ୟୟ କରିବେ। ଉତ୍ତରଷାଢ଼ାର ସାମାନ୍ୟ ଶୁଭ।
ମକର: ଶ୍ରବଣା ନକ୍ଷତ୍ରଜାତ ବ୍ୟକ୍ତି ରୋଜଗାରକ୍ଷମ ହେବେ। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଧନିଷ୍ଠା ଓ ଉତ୍ତରାଷାଢ଼ା ନକ୍ଷତ୍ରର ସାମାନ୍ୟ ଶୁଭଫଳ।
କୁମ୍ଭ: ଶତଭିଷା ନକ୍ଷତ୍ରଜାତ ବ୍ୟକ୍ତି ସମ୍ୟକ ତତ୍ତ୍ବଦର୍ଶୀ ଓ ଦୟାଳୁ ସ୍ବଭାବର ହେବେ। ଗୁଣାତୀତ ହୋଇପାରନ୍ତି। ସୁବିମଳ ଯଶର ଅଧିକାରୀ ହେବେ। ଆର୍ଥିକ ସ୍ଥିତି ଦୃଢ଼ ହେବ। ଧନିଷ୍ଠା ଓ ପୂର୍ବଭ୍ରାଦ୍ରର ସାମାନ୍ୟ ଶୁଭ।
ମୀନ: ଉତ୍ତରଭାଦ୍ର ନକ୍ଷତ୍ରଜାତ ବ୍ୟକ୍ତିଙ୍କର କର୍ମକ୍ଷେତ୍ର ଉତ୍ସାହଜନକ ହେବ। କ୍ଷମତାଶାଳୀ ହୋଇପାରନ୍ତି। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିପାରନ୍ତି। ପୂର୍ବଭ୍ରାଦ୍ର ଓ ରେବତୀ ନକ୍ଷତ୍ରର ସାମାନ୍ୟ ଶୁଭ।

Comments are closed.