ଶନିବାର ରାଶିଫଳ ୨୪.୦୭.୨୦୨୧

ମେଷ: ସୁଖୀ ହେବେ। ସମ୍ମାନିତ ହୋଇ ପାରନ୍ତି। କୁଳ ଉଳକାରୀ ହେବେ। ଚିତ୍ତ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶ ଅର୍ଜନ କରିପାରନ୍ତି।
ବୃଷ: ଦାନଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ଭୋଗୀ ଓ ବିଳାସୀ ହେବେ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହେବେ। ସଫଳ ଉଦ୍ୟୋଗୀ ହେବେ।
ମିଥୁନ: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ଜଳଯାତ୍ରା ମନା। ଅର୍ଥ ଟାଣ-ଟୁଣ ରହିବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ରହିବେ।
କର୍କଟ: ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସମାଜସେବୀଭାବେ ସମ୍ମାନିତ ହୋଇପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ପତ୍ନୀଙ୍କ ପରାମର୍ଶ ସୁଖଦାୟକ ହେବ।
ସିଂହ: ଅନାବଶ୍ୟକ ଖର୍ଚ୍ଚକରି ଅନୁତପ୍ତ ହେବେ। ସୁସ୍ଥ ଓ ନିରାମୟ ରହିବେ। ପରମାନଙ୍କ ଉପରେ ସ୍ନେହ, ସଦ୍ଦିଚ୍ଛା ଭାବ ରହିବ। ଶତ୍ରୁହନ୍ତା ହେବେ। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ।
କନ୍ୟା: ପ୍ରତିକ୍ଷେତ୍ରରେ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। କର୍ମ ଚଞ୍ଚଳ ରହିବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଗୁପ୍ତ ବିଦ୍ୟା ପ୍ରତି ରୁଚି ରହିବ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ଧାର୍ମିକ ଓ ତେଜସ୍ବୀ ହେବେ।
ତୁଳା: ଉଦାର ପ୍ରକୃତିର ହୋଇପାରନ୍ତି। ଦାନଶୀଳ ହେବେ। ଉତ୍ତମ ବ୍ୟକ୍ତିତ୍ବ ସମ୍ପନ୍ନ ହୋଇପାରନ୍ତି। କୃଷିକର୍ମ ଉପରେ ଗୁରୁତ୍ବ ଦେବେ। ଦଳ ପ୍ରତି ଆଦର, ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ।
ବିଛା: କାର୍ଯ୍ୟରେ ସଫଳତା ମିଳିବ। ମନ ପ୍ରସନ୍ନ ରହିବ। ଦୃଢ଼ ଆତ୍ମବିଶ୍ବାସୀ ହେବେ। ମଧୁରଭାଷୀ ହୋଇପାରନ୍ତି। ଥଣ୍ଡା-କଫ ପ୍ରତି ସତର୍କ ରହିବାକୁ ପଡ଼ିବ। ପ୍ରେମୀ ଓ ସାହସୀ ହେବେ। ଶାସ୍ତ୍ରଜ୍ଞ ଓ ଜ୍ଞାନୀ ହେବେ।
ଧନୁ: ଆଶାବାଦୀ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ସହନଶୀଳ ଓ ଶାନ୍ତିପ୍ରିୟ ହେବେ। ମିଷ୍ଟଭାଷୀ ହେବେ। ଉଦାର ଚରିତଯୁକ୍ତ ହେବେ। ବିଦ୍ୟାପ୍ରେମୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ମକର: ଶ୍ରୀଚନ୍ଦ୍ର ଭୋଗ ହେତୁ ଆୟରେ ବାଧା ଉପୁଜିବ ନାହିଁ। ଐଶ୍ବର୍ଯ୍ୟପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ।
କୁମ୍ଭ: କର୍ମଚଞ୍ଚଳ ରହିବେ। ସାଧନାର ପ୍ରଥମ ସୋପାନ ସଦୃଶ ଏକାନ୍ତବାସକୁ ଇଚ୍ଛାପ୍ରକାଶ କରିବେ। ଶତ୍ରୁମାନଙ୍କ ବାକ୍‌ରୋଧ କରିବାରେ ସିଦ୍ଧହସ୍ତ ହେବେ। ମଧୁର କଥାରେ ଜନମନ କିଣିପାରନ୍ତି।
ମୀନ: ଚିତ୍ତ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହୋଇପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହୋଇପାରନ୍ତି। ଅର୍ଥପ୍ରାପ୍ତିର ସୂଚନା ମିଳୁଛି।

Comments are closed.