ଶନିବାର ରାଶିଫଳ – ୧୭.୦୮.୨୦୨୧

ମେଷ: ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ପାଇଁ ବିଭିନ୍ନ ସୂତ୍ରରୁ ସହଯୋଗ ମିଳିବ। ଶତ୍ରୁ ଦମନ କରିପାରନ୍ତି। ମନ ପ୍ରସନ୍ନ ରହିବ। ଯଶସ୍ବୀ ହେବେ। ଯାନବାହନ ସୁଖ ଅଛି। ଉତ୍ତମ ବସ୍ତ୍ର, ରତ୍ନପ୍ରାପ୍ତିର ସୂଚନା ମିଳୁଛି। ଚତୁର ଓ ଧନଯୁକ୍ତ ହେବେ।
ବୃଷ: ସରକାରୀ ଅର୍ଥ ମିଳିପାରେ। ବାସ ଉପଯୋଗୀ ଗୃହ ମିଳିବ। କୀର୍ତ୍ତି, ମର୍ତ୍ତି, ସ୍ବତ୍ବ, ସନ୍ତୋଷ ମିଳିବ। ବହୁବିଧ ଧନର ଅଧିକାରୀ ହୋଇପାରନ୍ତି। ଉତ୍ତମ ଗୁଣଯୁକ୍ତ ହୋଇପାରନ୍ତି। ଶାସ୍ତ୍ରଜ୍ଞ ଓ ଜ୍ଞାନୀ ହୋଇପାରନ୍ତି।
ମିଥୁନ: ବିଚାର ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ନିଶ୍ଚିତ ମିଳିବ। ଯାନବାହନ ସୁଖ ଅଛି। କୃଷି କାର୍ଯ୍ୟରେ ମନୋନିବେଶ କରିବେ। ସରକାରୀ ସୂତ୍ରରୁ ଅନ୍ନ ଓ ସେବାରୁ ଧନ ମିଳିବ।
କର୍କଟ: ଆଳସ୍ୟ ପରାୟଣ ହେଲେ ବି ସକଳ ଗୁଣର ଆଧାର ହେବେ। ସୁଖ ଭୋଗ କରିପାରନ୍ତି। କାବ୍ୟ ଶାସ୍ତ୍ରାନୁରୁକ୍ତ ହେବେ। ବୁଦ୍ଧି, ବିଦ୍ୟା ସହିତ ଶ୍ରେଷ୍ଠ କର୍ମଯୁକ୍ତ ହେବେ। ବହୁ ସମ୍ପତ୍ତି, ଉତ୍ତମ କଥକ ଓ ରାଜମାନ୍ୟ ମିଳିବ।
ସିଂହ: କାର୍ଯ୍ୟରେ ସଫଳତା ଲାଭ କରିବେ। ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି। ନୀତିନିଷ୍ଠ ହେବେ। ବିବିଧ ଧନଯୁକ୍ତ ହୋଇପାରନ୍ତି। ଚଞ୍ଚଳମନା ହେବେ। ହୃଷ୍ଟଚିତ୍ତ, ଅତିସୁଖୀ, ସହିଷ୍ଣୁ ଓ କୀର୍ତ୍ତିମାନ ହେବେ।
କନ୍ୟା: ଧନବାନ୍ ହେବେ। ଗୁଣଯୁକ୍ତ ହୋଇପାରନ୍ତି। ଉପାର୍ଜନକାରୀ ହେବେ। ସୁସ୍ଥ ଓ ନିରାମୟ ରହିବେ। ଉପକାରୀ ବ୍ୟକ୍ତିଠାରେ କୃତଜ୍ଞ ହେବେ। ପ୍ରୀତିଲାଭ କରିପାରନ୍ତି। ଉପଯୁକ୍ତ କର୍ମଯୁକ୍ତ ଓ ସନ୍ତତ ସରକାରୀ ଧନ ମିଳିପାରେ।
ତୁଳା: ସୁଖ-ସନ୍ତୋଷ ମିଳିବ। ଯୋଜନା ପ୍ରସ୍ତୁତ ପାଇଁ ଧନ ବ୍ୟୟ କରିପାରନ୍ତି। ମଧୁର କଥାରେ ପରକୁ ଆପଣାର କରି କାର୍ଯ୍ୟ ହାସଲ କରିପାରନ୍ତି। ଯାତ୍ରା ଫଳଦାୟକ ହେବ। ସରକାରୀ ଅର୍ଥ ମିଳିବ। ଦୟାଳୁ ସ୍ବଭାବର ହେବେ।
ବିଛା: ନାନାବିଧ ସମ୍ମାନର ଅଧିକାରୀ ହୋଇପାରନ୍ତି। ଯାନ-ବାହନ ସୁଖ ମିଳିବ। କୀର୍ତ୍ତିମାନ୍ ହେବେ। ଭୋଗ, ବିଳାସ କରିପାରନ୍ତି। ଅପାର ଗୁଣର ଆଧାର ହେବେ। ପ୍ରସନ୍ନତା ଲାଭ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ।
ଧନୁ: କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ସରକାରୀ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଗୃହ ପରିବେଶ ଉତ୍ତମ ମାନର ହେବ। କୀତ୍ତି, ମର୍ତ୍ତି, ସ୍ବତ୍ବ, ସନ୍ତୋଷ ସବୁକିଛି ମିଳିବ। ବହୁବିଧ ଧନ ଓ ଉତ୍ତମ ଗୁଣଯୁକ୍ତ ହେବେ।
ମକର: ଧନବାନ୍ ହେବେ। ମହିଳାଙ୍କ ସମର୍ଥନ ମିଳିବ। ନିଜ ବଂଶ, କୁଳ ଓ ସ୍ବପକ୍ଷର ହିତକାରୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଭୋଗୀ ଓ ବିଳାସୀ ହୋଇପାରନ୍ତି। ପତ୍ନୀଙ୍କ କଥାରେ ପରିଚାଳିତ ହେବେ।
କୁମ୍ଭ: ସେବା ଧର୍ମକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। କାର୍ଯ୍ୟ କଷ୍ଟସାଧ୍ୟ ହେଲେ ବି ତାହା ଆନନ୍ଦଦାୟକ ହେବେ। ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ଅପରାହ୍ଣରେ କାର୍ଯ୍ୟ କରି ସମସ୍ତ କ୍ଲେଶକୁ ଦୂରେଇ ଦେବେ।
ମୀନ: ବାଣିଜ୍ୟ କାରବାର ଉତ୍ସାହଜନକ ହେବ। ଧୈର୍ଯ୍ୟଧରି କାର୍ଯ୍ୟ କରିବେ। ସମାଜସେବା ପାଇଁ ଆଗ୍ରହୀ ହେବେ। ଅବିବାହିତଙ୍କର ମନୋରମା କନ୍ୟା ସହିତ ବିବାହ ସମ୍ବନ୍ଧ ସ୍ଥିର ହେବ। ସ୍ବର୍ଣ୍ଣାଦି ଧାତୁ ଦ୍ରବ୍ୟ ମିଳିବ।

Comments are closed.