ଶନିବାର ରାଶିଫଳ ୧୯.୦୬.୨୦୨୧

ମେଷ: ମନରେ ଗର୍ବଭାବ ବହନ କରିପାରନ୍ତି। ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ। ସୁସମ୍ବାଦ ପାଇ ଖୁସି ହେବେ। ଶୁଭକାର୍ଯ୍ୟ କରିପାରନ୍ତି। ଋଣ ପରିଶୋଧ କରିବେ।
ବୃଷ: ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଶୁଭଖବର ପାଇ ଉତ୍‌ଫୁଲ୍ଲିତ ହେବେ। ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି। ଭ୍ରାତୃଭାବ ଅତୁଟ ରହିବ। ସର୍ବତ୍ର ବିଜୟୀ ହେବେ। ଯଶ୍ବସୀ ହୋଇପାରନ୍ତି।
ମିଥୁନ: ପରିଶ୍ରମର ମୂଲ୍ୟ ମିଳିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ପରାମର୍ଶଦାତା ହେବେ। ସ୍ବୀକୃତିସମ୍ପନ୍ନ ହୋଇପାରନ୍ତି। ଶାସ୍ତ୍ରଜ୍ଞ ହେବେ। ବ୍ରତକର୍ତ୍ତା ହୋଇପାରନ୍ତି। ଦେବ, ଦ୍ବିଜ ପରାୟଣ ହେବେ।
କର୍କଟ: ସାଧନା ଫଳବତୀ ହେବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଠାକୁରଙ୍କ ଦର୍ଶନ ଲାଭ କରି ଶାନ୍ତି ପାଇବେ। ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି। ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ବିଦ୍ବାନ ଓ ଶାସ୍ତ୍ରଜ୍ଞ ହେବେ।
ସିଂହ: କାର୍ଯ୍ୟ ହାସଲ କରିବାକୁ ହେଲେ ଧୈର୍ଯ୍ୟ ଧରିବାକୁ ପଡ଼ିବ। ସନ୍‌ମାର୍ଗୀ ହେବେ। ବହୁ ମିତ୍ରଙ୍କ ସାନ୍ନିଧ୍ୟ ପାଇ ଉପକୃତ ହେବେ। ଶ୍ରେଷ୍ଠ ପଦପଦବୀରେ ଆସୀନ ହୋଇ ପାରନ୍ତି। ବିକ୍ରମୀ ହୋଇ ପାରନ୍ତି।
କନ୍ୟା: ଆୟ ଆଶାନୁରୂପ ହୋଇପାରେ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଶରୀର ସୁସ୍ଥ ରହିବ। ଚିନ୍ତାଧାରା ଉନ୍ନତମାନର ହେବ।
ତୁଳା: ଅଯଥା ବିତର୍କରେ ଭାଗ ନ ନେଇ ଚୁପ୍‌ ରହିପାରନ୍ତି। କାର୍ଯ୍ୟରେ ବିଘ୍ନ ଉପୁଜିବାର ସୂଚନା ମିଳୁଛି। ଦେବ-ଦ୍ବିଜ ପ୍ରିତ୍ୟାର୍ଥେ ବ୍ୟୟ କରିପାରନ୍ତି। କର୍ମଚଞ୍ଚଳ ରହିବେ। ମଧୁର ଭାଷାରେ ପରକୁ ଆପଣାର କରିବେ।
ବିଛା: ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ଅଧିକ ଅଭିଜ୍ଞତା ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଯାନବାହନ ସୁଖ ମିଳିବ। ଭଲ ଆୟ ହେବ।
ଧନୁ: କାର୍ଯ୍ୟରେ ସଫଳତା ଲାଭ କରିବେ। ସୁସମ୍ବାଦ ଶୁଣି ଖୁସି ହେବେ। କର୍ମକ୍ଷେତ୍ର ଉଳମୟ ହେବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ବିବାଦରେ ବିଜୟୀ ହେବେ।
ମକର: ଦେବଦର୍ଶନର ସୌଭାଗ୍ୟ ଅଛି। କାର୍ଯ୍ୟରେ ସଫଳତା ମିଳିବ। କ୍ଷମତାପ୍ରାପ୍ତ ହୋଇପାରନ୍ତି। ତା’ର ସଦ୍‌ବ୍ୟବହାର କରି ପ୍ରଶଂସାର ପାତ୍ର ହେବେ। ପ୍ରତିଯୋଗିତାରେ ବିଜୟ ହାସଲ କରିବେ। ଭାଗ୍ୟଶାଳୀ ହେବେ।
କୁମ୍ଭ: ସାମାନ୍ୟ ଅସୁସ୍ଥତା ଅନୁଭବ କରୁଥିଲେ ବି କର୍ମତତ୍ପର ରହିବେ। ଶାସ୍ତ୍ରପଟୁତା ହେବେ। ପୁଣ୍ୟଦେହୀ ହୋଇପାରନ୍ତି। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ରାଜବଂଶ ପୂଜିତ ହେବେ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ହେବେ।
ମୀନ: ସୁଖ ସମ୍ଭୋଗ କରିପାରନ୍ତି। ଅନେକ ସୁଖକର ଘଟଣା ଘଟିବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ ଲାଭ ପାଇଁ ବାତାବରଣ ସ୍ବଚ୍ଛ ଓ ନିର୍ମଳ ରହିଛି। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ।

Comments are closed.